ଏଭଳି ଏକ ଗାଁ ଯେଉଁଠି ଘରର କାନ୍ଥବାଡ଼ରେ ଥାଏ ପୁରୁଷର ପ୍ରାଇଭେଟ ପାର୍ଟର ଚିତ୍ର, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହି ବିଶ୍ଵରେ ଆପଣ ଅନେକ ସୁନ୍ଦର ଓ ଆଶ୍ଚର୍ଯ୍ୟକର ସ୍ଥାନ ଦେଖିଥିବେ। କିଛି ଦର୍ଶନୀୟ ସ୍ଥାନ ପ୍ରକୃତିର ଦାନ ହୋଇଥିବା ବେଳେ ଆଉକିଛି ମଣିଷର ଅଜବ ସଂସ୍କୃତି ଓ ପରମ୍ପରା କାରଣରୁ ତିଆରି କରାଯାଇଛି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଘରର ପ୍ରତ୍ୟେକ କାନ୍ଥରେ ପୁରୁଷର ପ୍ରାଇଭେଟ ପାର୍ଟର ଚିତ୍ର ଅଙ୍କାଯାଇଥାଏ। ଏକ ଭିନ୍ନ ପରମ୍ପରା ପାଇଁ ଭୁଟାନର ଏହି ଗାଁ ସାରା ବିଶ୍ଵରେ ପ୍ରସିଦ୍ଧ।

Related image

ସୂଚନା ଅନୁଯାୟୀ ଏହି ସଂସ୍କୃତି ଭୁଟାନର ଥିମ୍ପୁ ସହରର ପୁନଖା ଗ୍ରାମର ଅଟେ। ଏହି ଗ୍ରାମର ରୀତିନୀତି ଅନୁଯାୟୀ ଯଦି ଏକ ଦମ୍ପତ୍ତି ମିଶି କୌଣସି ସନ୍ଥଙ୍କୁ ମଧ୍ୟ ଦେଖା କରିବାକୁ ଯାଆନ୍ତି ତାହେଲେ ଆଶୀର୍ବାଦ ସ୍ୱରୂପ ତାଙ୍କୁ କାଠରେ ତିଆରି ପୁରୁଷଙ୍କ ପ୍ରାଇଭେଟ ପାର୍ଟ ହିଁ ମିଳିଥାଏ। ଏହି ପରମ୍ପରାର ଆରମ୍ଭ ତିବ୍ବତର ଗୁରୁ ଦୃକପା 15 ଶତାବ୍ଦୀରେ ଆରମ୍ଭ କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ପେନିସ ଆର୍ଟ ନାମରେ ଜଣାଶୁଣା ଏହି ପରମ୍ପରାର ଆରମ୍ଭ ଶିକ୍ଷାର ପ୍ରଚାର ପ୍ରସାର ପାଇଁ କରାଯାଇଥିଲା। ଏଭଳି ଏକ ଭିନ୍ନ ପରମ୍ପରା ଦେଖିବା ପରେ ସାରା ବିଶ୍ଵ ଆଶ୍ଚର୍ଯ୍ୟ ହୋଇଯାଇଛି।

Related image

ଲୋକକଥା ଅନୁଯାୟୀ ଗୁରୁ ଦୃକପାଙ୍କୁ ଏକ ଯୁବତୀଙ୍କ ସହ ପ୍ରେମ ହୋଇଯାଇଥିଲା। ସେହି ଯୁବତୀର ସୁନ୍ଦରତାରେ ମୋହିତ ହୋଇ ଗୁରୁ ତାଙ୍କସହ ଶାରୀରିକ ସମ୍ବନ୍ଧ ମଧ୍ୟ ବନାଇଥିଲେ ଓ ଯୁବତୀ ଜଣକ ଗର୍ଭବତୀ ହୋଇଯାଇଥିଲେ। ଏହାପରେ ସେ କାଠର ଏକ ବଡ ପ୍ରାଇଭେଟ ପାର୍ଟର ମୂର୍ତ୍ତି କରି ତାହାର ନାମ ଉର୍ବରା ମଠ ରଖିଥିଲେ। ଏବେ ବି ସେହି ମଠକୁ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଲୋକମାନେ ଆସିଥାନ୍ତି

Leave A Reply

Your email address will not be published.