ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ବିବାହ କଲାପରେ ଫେରାର ହୋଇଗଲେ ଯୁବକ, ପୋଲିସର ଦ୍ୱାରସ୍ଥ ହେଲେ ଯୁବତୀ

ବାଲେଶ୍ବର(କେନ୍ୟୁଜ୍): ଲଭ୍‌ … ସେକ୍ସ … ଧୋକା। ପ୍ରେମ ଜାଲରେ ଫଶାଇ ବିବାହ କଲେ। ତାପରେ ଫେରାର ହୋଇଗଲେ ଯୁବକ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ। ମହିଳା ଜଣଙ୍କ ଏନେଇ ଖନ୍ତପଡ଼ା ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ହୋଇଛି, ଭଦ୍ରକ ଜିଲ୍ଲା ଡିହିଡି ଅଞ୍ଚଳର ଯୁବତୀ ବାଲେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରି କରିଥିଲେ। ସେତେବେଳେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣା ଗାଁର ଅନନ୍ତ ପାତ୍ରଙ୍କ ସହ ପ୍ରେମ ହୋଇଥିଲା। ଉଭୟ ପୁରୀରେ ଏକ ମନ୍ଦିରରେ ବିବାହ କରିଥିଲେ। ଦୁହେଁ ଅନନ୍ତଙ୍କ ସମ୍ପର୍କୀୟ ଘରେ କିଛି ଦିନ ରହିଥିଲେ। ତାପରଠୁ କୁଆଡ଼େ ଫେରାର ହୋଇଯାଇଛନ୍ତି ଅନନ୍ତ। ଯୁବତୀ ଅଭିଯୋଗ କରିଛନ୍ତି, ଅନନ୍ତ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି। ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.