ଆପଣ ଜାଣିଛନ୍ତି କି ?ରାତିରେ ଶୋଇବା ପୂର୍ବରୁ ନଡ଼ିଆ ଖାଇବାର ଫାଇଦା

ଆମ ଭିତରୁ ଅଧିକାଂଶଙ୍କୁ  ନଡ଼ିଆ ଖାଇବା ପସନ୍ଦ । ନଡ଼ିଆ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ନଡ଼ିଆରେ ଭରପୁର ମାତ୍ରରେ ଭିଟାମିନ୍‌ , ଏମିନୋ ଏସିଡ଼ , ଫାଇବର, କାର୍ବୋହାଇଡ୍ରେଟ ,ପ୍ରୋଟିନ୍‌ ଆଦି ପୋଷକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ ସହାୟକ ହୋଇଥାଏ। ଆପଣ ଜାଣିଛନ୍ତି କି, ରାତି ସମୟରେ ଖଣ୍ଡେ ନଡ଼ିଆ ଖାଇବା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ନଡ଼ିଆକୁ ରାତିରେ ଖାଇବାର ବିଭିନ୍ନ ପ୍ରକାରର ଉପକାରିତା ବିଷୟରେ।

coconut

-ବାନ୍ତି ସମସ୍ୟା ରହିଥିଲେ ପାଟିରେ ଗୋଟେ ଛୋଟ ନଡ଼ିଆ ଖଣ୍ଡ ରଖି ଚୋବାଇବା ଆରମ୍ଭ କରନ୍ତୁ ଦେଖିବେ ବାନ୍ତି ଲାଗିବା ବନ୍ଦ ହେବା ସହ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

-ନଡ଼ିଆ ଖାଇବା ଦ୍ୱାରା ଶରୀରରେ କୌଣସି ପ୍ରକାରର ସଂକ୍ରମଣ ରୋଗ ହୋଇନଥାଏ ।

-ନଡ଼ିଆ ଦ୍ୱାରା ଓଜନ କମ ହେବା ସହ ପେଟ ଭର୍ତ୍ତି ରହିଥାଏ । ଏହାକୁ ପ୍ରତି ଦିନ ରାତିରେ ସେବନ  କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ ।

ନିଶ୍ଚିତ ପଢ଼ନ୍ତୁ: ଭଲ ସଂପର୍କରେ ବିଷ ମିଶାଇଥାଏ ଏହି ୫ କଥା ! ଆଜିଠୁ ହୋଇଯାଆନ୍ତୁ ସାବଧାନ

-ନଡ଼ିଆରେ ଫାଇବରର ମାତ୍ରା ବହୁତ ରହିଥାଏ । ଯାହା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାର ଅନ୍ତ ଘଟିଥାଏ । କିଛି ଦିନ ରାତି ସମୟରେ ଗୋଟିଏ ଛୋଟ ଖଣ୍ଡ ନଡ଼ିଆ ଖାଇବା ଆରମ୍ଭ କରନ୍ତୁ ଦେଖିବେ ପେଟ ଜନିତ ସମସ୍ୟାରୁ ତୁରନ୍ତ ରକ୍ଷା ମିଳିବ ।

-ଶରୀରର ରୋଗ ସଂକ୍ରମକ କ୍ଷମତା ବୃଦ୍ଧି କରିବା ସହ ମସ୍ତିଷ୍କକୁ ତୀକ୍ଷ୍ଣ ରଖିଥାଏ । ଗ୍ରୀଷ୍ମ ଋତୁରେ ଏହାକୁ ଖାଇବା ଦ୍ୱାରା ଶରୀରର  ଜଳୀୟଅଂଶ ନିୟନ୍ତ୍ରିତ ରହିବା ସହ  ଶରୀରରେ ଥଣ୍ଡା ଅନୁଭୂତ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.