କୃଷକ ନିଜ କ୍ଷେତରେ ବନାଇଲେ ମୋଦିଙ୍କ ମନ୍ଦିର, ଦିନରେ ଚାରିଥର ହୁଏ ଆଳତୀ

ତାମିଲନାଡୁର ଟ୍ରିଚିରେ ବାସକରୁଥିବା ୫୦ ବର୍ଷୀୟା ଜଣେ କୃଷକ ପି. ଶଙ୍କର ନିଜ କ୍ଷେତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ମନ୍ଦିର ବନାଇଛନ୍ତି। ଯାହାର ନାମ ଦେଇଛନ୍ତି ନମୋ। ଏଠାରେ ଚାଷୀ ଜଣକ ଦିନରେ ଚାରି ଥର ଆଳତି କରିଥାନ୍ତି। ଶଙ୍କରଙ୍କ ଇଛା ନିଜେ ମୋଦି ଆସି ଏହି ମନ୍ଦିରକୁ ଉଦଘାଟନ କରନ୍ତୁ। ମନ୍ଦିରରେ ମୋଦିଙ୍କ ପ୍ରତିମା ବ୍ୟତୀତ ଏମଜି ରାମଚନ୍ଦ୍ରନ, ଜେ ଜୟଳଲିଥା ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କର ଫଟୋ ମଧ୍ୟ ଲଗାଯାଇଛି। ଶଙ୍କର କୁହନ୍ତି ମୋଦି ଭଗବାନଙ୍କ ସଦୃଶ କାରଣ ଏଠାକୁ ସେ ବିକାଶ କରିବା ପାଇଁ ଆସିଛନ୍ତି।

Image result for tamil nadu-farmer-builds-namo-temple-in-trichy

ପି.ଶଙ୍କର ନିଜ ଗ୍ରାମ ଇରାକୁଡିରେ କିସାନ ସଂଘର ଅଧ୍ୟକ୍ଷ ଅଛନ୍ତି। ତାଙ୍କର କହିବା ଅନୁଯାୟୀ ସେ ୨୦୧୪ ମନ୍ଦିର ବନାଇବା ପାଇଁ ଚିନ୍ତା କରୁଥିଲେ। ପ୍ରଥମେ ସେ ପଥରରେ ମୋଦି ମୂର୍ତ୍ତି ବନାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏଥିପାଇଁ ୧ ଲକ୍ଷଟଙ୍କା ଖର୍ଚ୍ଚ ଆସୁଥିଲା। ଗ୍ରାନାଇଟର ମୂର୍ତ୍ତି ୮୦ ହଜାର ଟଙ୍କାରେ ଆସୁଥିଲା କିନ୍ତୁ ଏଥିପାଇଁ ତାଙ୍କ ପାଖେ ସମ୍ବଳ ନଥିଲା। ତେଣୁ ସେ ପଥର ଏବଂ ସିମେଣ୍ଟରେ ଦୁଇଫୁଟ ଉଚ୍ଚର ଏକ ମୂର୍ତ୍ତି ତିଆରି କରିଥିଲେ ଓ ଏଥିପାଇଁ ମାତ୍ର ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ବାକି ପଇସା ସେ ମନ୍ଦିର ବନାଇବାରେ ଖର୍ଚ୍ଚ କରିଥିଲେ। ସେ ମନ୍ଦିର ପ୍ରସ୍ତୁତ କରିବାପାଇଁ କାହାଠାରୁ କିଛି ସାହାଯ୍ୟ ମଧ୍ୟ ନେଇନଥିଲେ।

Image result for tamil nadu-farmer-builds-namo-temple-in-trichy

ପି. ଶଙ୍କରଙ୍କ ଅନୁଯାୟୀ ମନ୍ଦିର ବନାଇବା ମୋଦିଙ୍କ ପାଇଁ ଏକ ସମ୍ମାନ ସଦୃଶ ତେବେ ଏହାର ନିର୍ମାଣ ପଛରେ ଅନେକ କିଛି କାରଣ ରହିଛି ବୋଲି ପି. ଶଙ୍କର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.