ବର୍ଷ ୨୦୨୦ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ହିଁ ବାକି ଅଛି । ସମସ୍ତେ ଚାହାନ୍ତି କି ଏହି ବର୍ଷରେ ନିଜ ଜୀବନରେ କେମିତି ଉନ୍ନତି ଆଣିବେ । ଯଦି ଆପଣ ବି ଏମିତି ହିଁ ଚାହୁଁଛନ୍ତି ତେବେ ଏହି ବର୍ଷ ଆରମ୍ଭରେ ନିଜ ଘରକୁ ଏମିତି କିଛି ଜିନିଷ ଆଣନ୍ତୁ ଯାହାର ସୁପ୍ରଭାବରେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଘରେ ଶାନ୍ତିର ବାତାବରଣ ରହିବ । ତେବେ ଜାଣନ୍ତୁ କଣ କଣ ରହିଛି ସେହି ସବୁ ଜିନିଷ:
ଧନ କୁବେରଙ୍କ ମୂର୍ତ୍ତି:
ଯଦି ଆପଣ ଧନ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ନିଜ ଘରକୁ ଭଗବାନ ଧନ କୁବେରଙ୍କ ମୂର୍ତ୍ତି ନେଇ ଆସନ୍ତୁ । ଏହି ମୂର୍ତ୍ତିକୁ ଆପଣ ନିଜ ଠାକୁର ଘରେ ରଖି ପୂଜା ମଧ୍ୟ କରିପାରିବେ । ଏହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖୁବ ଅଳ୍ପ ଦିନ ଭିତରେ ବଦଳିଯିବ ।
ଡ୍ରାଗନ କଇଁଛ:
ପେଙ୍ଗସୁଇ ବା ଚିନି ବାସ୍ତୁ ଶାସ୍ତ୍ର ଅନୁଯାୟୀ କଇଁଛ ଘରେ ସୁଖ ସମୃଦ୍ଧି ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ । ଏହା ବିଭିନ୍ନ ନକାରାତ୍ମକ ଶକ୍ତି ମାନଙ୍କରୁ ଘର ଲୋକଙ୍କୁ ରକ୍ଷା କରିଥାଏ ।
ଗଣେଶ- ଲକ୍ଷ୍ମୀଙ୍କ ମୂର୍ତ୍ତି :
ହିନ୍ଦୁ ଧର୍ମରେ ଗଣେଶ- ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଖୁବ ଶୁଭ ଧରାଯାଏ । ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରେ ଏହି ମୂର୍ତ୍ତିକୁ ରଖାଯାଇ ପୂଜା କରାଯାଇଥାଏ । କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ମଧ୍ୟ ଏହି ମୂର୍ତ୍ତି ପୂଜା କରାଯାଇଥାଏ । ନୂଆବର୍ଷ ଆରମ୍ଭ ହେବାର ପୂର୍ବ ଦିନ ନିଜ ଘରେ ଏହି ମୂର୍ତ୍ତି ଆଣି ରଖନ୍ତୁ । ଏହା ଦ୍ୱାରା ବର୍ଷ ସାରା ଘରେ ସୁଖ ସମୃଦ୍ଧି ଲାଗି ରହିବ ବୋଲି ବିଶ୍ୱାସ ରହିଛି ।
ଲାଫିଙ୍ଗ ବୃଦ୍ଧ:
ବିଶ୍ୱାସ କରାଯାଏ ଯଦି ନିଜ ଘରେ ଲାଫିଙ୍ଗ ବୃଦ୍ଧଙ୍କ ମୂର୍ତ୍ତି ରଖିବେ ତେବେ ଆପଣଙ୍କ ଘରେ ଧନ ସମ୍ପଦର ଅଭାବ ଜମା ବି ରହିବ ନାହିଁ ।
ମୟୁର ପର :
ମୟୁର ପରକୁ ଭଗବାନ କୃଷ୍ଣଙ୍କ ପ୍ରତୀକ ଭାବେ ଧରାଯାଏ । ତେଣୁ ଏହାକୁ ଘରେ ରଖି ପୂଜା କଲେ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।