ପୁଣି ଚର୍ଚ୍ଚାରେ ଆସିଲା ଅଭିନେତା ରାହୁଲ ବୋଷଙ୍କ ପୋଷ୍ଟ, ମେଟାବୋଲିକ ବୟସ ୨୭ ବର୍ଷ

କିଛିଦିନ ତଳେ ଏକ ଫାଇଭଷ୍ଟାର ହୋଟେଲରେ କଦଳୀର ମହଙ୍ଗା ବିଲ ପୋଷ୍ଟ କରି ଚର୍ଚ୍ଚାରେ ଆସିଥିବା ଅଭିନେତା ରାହୁଲ ବୋଷ ନିକଟରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର Body Measurement Chart ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ମେଟାବୋଲିକ ଏଜ ୨୭ ବର୍ଷ ରହିଛି ଅର୍ଥାତ ତାଙ୍କର ପ୍ରକୃତ ବୟସର ଅଧା । କାରଣ ବର୍ତ୍ତମାନ ତାଙ୍କର ବୟସ ୫୨ ବର୍ଷ ।

କଣ ଏହି ମେଟାବୋଲିକ ଏଜ ?

ମେଟାବୋଲିଜିମ କମିବା ଏବଂ ବଢିବା ଦ୍ୱାରା ଆମର ଓଜନ ମଧ୍ୟ ହ୍ରାସ-ବୃଦ୍ଧି ହୋଇଥାଏ । ସ୍ଲୋ ମେଟାବୋଲିଜିମ କାରଣରୁ ଓଜନ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ ଏବଂ ଖାଇବା ପିଇବା ଦ୍ୱାରା ଆମେ ଏହାକୁ କଣ୍ଟ୍ରୋଲ କରିପାରିବା । ଏହାର ଏଜ ଯେତେ କମ ହେବ ଆପଣ ସେତିକି ଫିଟ ରହିବେ । ତେବେ ରାହୁଲ ବୋଷ ନିଜର ଏହି ପୋଷ୍ଟରେ ଲେଖିଥିଲେ ଯେ ସେ ୨୦୨୦ ମସିହାରେ ନିଜର ମେଟାବୋଲିକ ଏଜ ୨୪ ବର୍ଷ କରିବା ପାଇଁ ଚାଁହାନ୍ତି । ଯଦିଓ ବର୍ତ୍ତମାନ ତାଙ୍କର ଓଜନ ୬୪ କେଜି ରହିଛି ।


ରାହୁଲ ପୂର୍ବରୁ ଜଣେ ରଗବି ପ୍ଲେୟାର ଥିଲେ । ରାହୁଲ ନିଜର ୱାର୍କଆଉଟ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥାନ୍ତି । ରାହୁଲ ଜିମରେ ସମୟ ବିତାଇବା ବଦଳରେ ଆଉଟଡୋର ଏକ୍ସରସାଇଜ ଅଧିକ କରିଥାନ୍ତି । ତେବେ ସୂଚନା ଅନୁଯାୟୀ ଅଭିନେତା ନିଜର ଓଜନ କେବେ ସେୟାର କରନ୍ତି ନାହିଁ କିନ୍ତୁ ରାହୁଲ ବୋଷ ଏହାକୁ ନଲୁଚାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Leave A Reply

Your email address will not be published.