୨୦୨୦ ଆପଣଙ୍କ ପାଇଁ ଶୁଭ ନା ଅଶୁଭ, ଜାଣନ୍ତୁ ଜନ୍ମ ତାରିଖରୁ

ନୂଆବର୍ଷ ପାଦ ଦେବା ପରେ ଏବେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କେମିତି ରହିବ ସେମାନଙ୍କ ପାଇଁ ଏହି ବର୍ଷଟି। ସମସ୍ତେ ଚାହାଁନ୍ତି ୨୦୨୦ ତାଙ୍କ ପାଇଁ ଶୁଭଙ୍କର ହେଉ। ଆପଣଙ୍କ ମନରେ ବି ଯଦି ଏହି ପ୍ରଶ୍ନ ରହିଛି ତେବେ ଜନ୍ମତାରିଖର ମୂଳାଙ୍କରୁ ଜାଣନ୍ତୁ ଆପଣଙ୍କ ପାଇଁ କିଭଳି ରହିବ ଏହି ବର୍ଷ…

ମୂଳାଙ୍କ ବାହାର କରିବା ଉପାୟ:

ଯଦି ଆପଣଙ୍କ ଜନ୍ମ ତାରିଖ ହେଉଛି ୧୨ ତେବେ ଏହାକୁ ମିଶାଇ ଆପଣ ନିଜ ମୂଳାଙ୍କ ଜାଣିପାରିବେ।

ଅର୍ଥାତ୍‌ ୧+୨ = ୩

ମୂଳାଙ୍କ- ୩

୧:

୧ ମୂଳାଙ୍କ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୦ ଅତ୍ୟନ୍ତ ଶୁଭ ରହିବ। ଏହି ବର୍ଷ ଆପଣଙ୍କ ଜୀବନରେ ସବୁ ଭଲ ଭଲ ଘଟଣାମାନ ଘଟିବ। ଆପଣ ଯାହା ଆଶା କରୁଛନ୍ତି ଏହି ବର୍ଷ ତାହାକୁ ପାଇଯିବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ୍‌ ହେବ। ଚଳିତ ବର୍ଷ ଆପଣ ବାହାରକୁ ଭ୍ରମଣ କରିବାକୁ ଯାଇ ପାରନ୍ତି।

୨:

୨ ମୂଳାଙ୍କ ଥିବା ବ୍ୟକ୍ତିଙ୍କ ଜୀବନରେ ୨୦୨୦ ମସିହାରେ ବଡ଼ ପରିବର୍ତ୍ତନ ଆସିବ। ଏଣୁ ଏବର୍ଷଟି ଆପଣଙ୍କ ପାଇଁ ଗୁରୁତ୍ୱ ବହନ କରେ। ଚଳିତବର୍ଷ ଆପଣ ବିଦେଶ ଯାତ୍ରା କରିପାରନ୍ତି। ଲଭ୍‌ ଲାଇଫ୍‌ ପାଇଁ ଏହି ବର୍ଷଟି ଖୁବ୍‌ ଉତ୍ତମ। କିନ୍ତୁ ସାଥୀଙ୍କୁ ନିଜ ପ୍ରେମର ପରୀକ୍ଷା ଦେବାକୁ ପଡ଼ିପାରେ। ଚାକିରି କ୍ଷେତ୍ରରେ ଅଧିକ ଧ୍ୟାନ ଦେଲେ ହିଁ ଏ ବର୍ଷ ଆପଣ ଉନ୍ନତି କରି ପାରିବେ।

୩:

ଅଙ୍କ ଜ୍ୟୋତିଷ ୨୦୨୦ ଅନୁସାରେ ମୂଳାଙ୍କ ୩ ଥିବା ଲୋକଙ୍କ ପାଇଁ ଏବର୍ଷ ମିଶାମିଶି ଫଳ ଦେବ। ତେଣୁ ଏବର୍ଷ ଆପଣଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବିଶେଷ କରି କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଚଳିତବର୍ଷ ଖର୍ଚ୍ଚ ବଢ଼ିପାରେ। ପାର୍ଟନରଙ୍କ ସହ ଜଗିରଖି ଚଳନ୍ତୁ। ନଚେତ୍‌ ସମ୍ପର୍କ ଭାଙ୍ଗି ଯାଇପାରେ।

୪:

ମୂଳାଙ୍କ ୪ ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆବର୍ଷ ଅନେକ ଗୁଡ଼ିଏ ଖୁସି ନେଇ ଆସୁଛି। ଏବର୍ଷ ଆପଣ ସଫଳତାର ଶୀର୍ଷକୁ ଛୁଇଁବେ। ଏଥିସହ ଲୋକପ୍ରିୟତା ମଧ୍ୟ ବୃଦ୍ଧିପାଇବ। ପରୀକ୍ଷାର୍ଥୀ ଭଲ ମାର୍କ ରଖି ପାସ୍‌ କରିବେ। ପାର୍ଟନରଙ୍କ ସହ ସମ୍ପର୍କ ଆହୁରି ମଜଭୁତ୍‌ ହେବ।

୫:

ମୂଳାଙ୍କ ୫ ଥିବା ବ୍ୟକ୍ତିଙ୍କ ପାଇଁ ଏହି ବର୍ଷ ମଧ୍ୟମ ଧରଣର ରହିବ। ୨୦୨୦ରେ ନା ଆପଣଙ୍କୁ ଅଧିକ ଲାଭ ହେବ ନା’ କ୍ଷତି। ଚଳିତ ବର୍ଷ ପରିବାରକୁ ଅଧିକ ସମୟ ଦେବାକୁ ଚେଷ୍ଟା କରନ୍ତୁ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ଏଣୁ ଜଗି ରଖି ଚଳନ୍ତୁ। ପାର୍ଟନରଙ୍କ ସହ ଅଧିକ ସମୟ ବିତାଇବେ। ତେବେ କିଛି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ପୁନର୍ବିଚାର କରିବାକୁ ଯେମିତି ନ ଭୁଲନ୍ତି।

୬:

ଅଙ୍କ ଜ୍ୟୋତିଷ ୨୦୨୦ ଅନୁସାରେ ମୂଳାଙ୍କ ୬ ଥିବା ଲୋକଙ୍କୁ ଏବର୍ଷ ମିଶାମିଶି ଫଳ ମିଳିବ। ଚଳିତବର୍ଷ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ମିଠାମିଠା କଥା କହି ପ୍ରେମୀଙ୍କ ନିକଟତର ହେବା ସୁଯୋଗ ପାଇବେ। ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ପ୍ରଚେଷ୍ଟା କରି ସଫଳ ହେବେ।

୭:

୭ ମୂଳାଙ୍କ ଥିବା ବ୍ୟକ୍ତିଙ୍କ ପାଇଁ ୨୦୨୦ ଏକ ଖୁବ୍‌ ଭଲ ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବର୍ଷ ଆପଣ ମାଟିକୁ ସୁନା କରିବା ଭଳି ଯୋଗ୍ୟ ବନିବେ। ଚାକିରିରେ ପଦୋନ୍ନତି ପାଇବେ। ପରିବାର ତଥା ଦାମ୍ପତ୍ୟ ଜୀବନରେ ପ୍ରେମ ଭରିଯିବ। ଆପଣ ସନ୍ତାନ ପ୍ରାପ୍ତି କରି ପାରନ୍ତି। ଏହି ବର୍ଷ ଆପଣ ପାଇଁ ସବୁକ୍ଷେତ୍ରରେ ଭଲ ରହିବ।

୮:

ଅଙ୍କ ଜ୍ୟୋତିଷ ୨୦୨୦ ଅନୁସାରେ ମୂଳାଙ୍କ ୮ ଥିବା ବ୍ୟକ୍ତିବିଶେଷ ପାଇଁ ନୂଆବର୍ଷ ଅଧିକ ଅନୁକୂଳ ରହିବ ନାହିଁ। କିନ୍ତୁ କଷ୍ଟ ସହିଲେ ହିଁ ଆପଣ ସଫଳତା ପାଇପାରିବେ। ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ। ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ପରୀକ୍ଷାର୍ଥୀଙ୍କୁ ଭଲ ପରିଣାମ ମିଳିବ।

୯:

୨୦୨୦ ଆପଣଙ୍କ ପାଇଁ ଅନେକ ଅବସର ଆଣି ଆସିବ, କିନ୍ତୁ ଆପଣ ତାହାକୁ କେତେ ଉପଯୋଗ କରିପାରୁଛନ୍ତି ତାହା ଆପଣଙ୍କ ଉପରେ ନିର୍ଭର କରୁଛି। ତରତର ହୋଇ କାମ କରିବାରୁ ନିବୃତ୍ତ ରୁହନ୍ତୁ। ଚଳିତ ବର୍ଷ ପରିବାର ତରଫରୁ ଆପଣଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ। ଏବର୍ଷ ଆପଣ କେତେକ ନୂଆ ବନ୍ଧୁ ବନାଇବେ। ସେମାନେ ଆପଣଙ୍କୁ ସବୁ କ୍ଷେତ୍ରରେ ସହାୟତା ଯୋଗାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.