ବଢୁଛି ମହାନଦୀର ଜଳସ୍ତର : ବାଉରୀ ଯୋର ସେତୁ ଉପରେ ୧୪ ଫୁଟର ବନ୍ୟା ଜଳ

ସୁବର୍ଣ୍ଣପୁର (କେନ୍ୟୁଜ୍) : ବଢୁଛି ମହାନଦୀର ଜଳସ୍ତର। ସୋନପୁର-ରେଢାଖୋଲ ରାସ୍ତାର ବାଉରୀ ଯୋର ସେତୁ ଉପରେ ପ୍ରାୟ ୧୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ରହିଛି । ସାନପୁର-ରେଢାଖୋଲ, ସୋନପୁର-ଆଠମଲ୍ଲିକ ଏବଂ ସୋନପୁର-ବୌଦ୍ଧ୍ ଯୋଗାଯୋଗ ବିଛିନ୍ନ ରହିଛି । ରାସ୍ତାର ଉଭୟରେ ପାର୍ଶ୍ୱରେ ଶହଶହ ଗାଡି ମୋଟର ଛିଡାହୋଇ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି । ହୀରକୁଦ ଜଳଭଣ୍ଡାରର ଅଧିକ ଗେଟ୍ ଖୋଲାଯାଇଥିବାରୁ ଜଳସ୍ତର ଆହୁରି ବଢିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.