ଇରାନ ଘଟଣା ଯୋଗୁଁ ସୁନା ଓ ରୁପା ଦରରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ବର୍ତ୍ତମାନ ଦର

ଗଭୀର ମୁଦ୍ରାସ୍ପିତ୍ତି ହ୍ରାସ ହେତୁ ଶୁକ୍ରବାର ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୭୫୨ ଟଙ୍କା ବୃଦ୍ଧି ଘଟି ୪୦,୬୫୨ ଟଙ୍କାରେ ପହଞ୍ଚିଛି । ଯେବେକି ଗୁରୁବାର ଏହି ଦର ୩୯, ୯୦୦ ଟଙ୍କା ଥିଲା । ଅନ୍ୟ ପକ୍ଷରେ ରୁପା ଦର କିଲୋଗ୍ରାମ ପ୍ରତି ୯୬୦ ଟଙ୍କା ବୃଦ୍ଧି ପାଇ ୪୮, ୮୭୦ ଟଙ୍କାରେ ପହଞ୍ଚିଛି । ଯେବେକି ଗୁରୁବାର ଏହି ଦର ୪୭,୯୧୦ ଟଙ୍କା ହିଁ ଥିଲା । ଏଚଡ଼ିଏଫସି ସିକୁରିଟିଜର ମୁଖ୍ୟ ପରାମର୍ଶ ଦାତାଙ୍କ ଅନୁଯାୟୀ ବିଶ୍ବ ସ୍ତରରେ ଆର୍ଥିକ ଦୁଃସ୍ଥିତି ଓ ଟଙ୍କା ମୂଲ୍ୟରେ ଗଭୀର ହ୍ରାସ ହେତୁ ହିଁ ୨୪ କ୍ୟାରେଟ ସୁନା ଦର ବର୍ତ୍ତମାନ ସମୟରେ ୧୦ ଗ୍ରାମ ପ୍ରତି ୪୦, ୬୫୨ ଟଙ୍କାରେ ପହଞ୍ଚିଛି ।

gold

ଅନ୍ୟପକ୍ଷରେ ଶୁକ୍ରବାର ଡ଼ଲାର ତୁଳନାରେ ଟଙ୍କାର ଭ୍ୟାଲୁ ୪୨ ପଇସା କମିଛି । ଫଳରେ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ଏବେକା ସମୟରେ ୭୧ ଟଙ୍କା ୮୦ ପଇସା ରହିଛି । ଆମେରିକାର ଇରାନ ଉପରେ ଆକ୍ରମଣ ସମୟରେ ଜେନେରାଲ କାସିମ ସୁଲେମାନଙ୍କ ମୃତ୍ୟୁ ପରେ ହିଁ ଏଭଳି ଆର୍ଥିକ ପରିସ୍ଥିତି ଉପୁଜି ଥିବା ଜଣାଯାଇଛି । ଏହା ସହ ବିଭିନ୍ନ ଗଲ୍ଫ ଦେଶ ଗୁଡିକରେ ଚିନ୍ତା ବୃଦ୍ଧି ପାଇଥିବା ନଜର କୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.