ମକର ସଂକ୍ରାନ୍ତି ଦିନ ଏହି ସବୁ କାମ କରିବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ସୂର୍ଯ୍ୟଦେବ

ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତି। ନୂଆବର୍ଷ ଆରମ୍ଭ ହେବା ପରେ ସର୍ବପ୍ରଥମେ ଏହି ପର୍ବ ପାଳିତ ହୁଏ। ଚଳିତବର୍ଷ ଜାନୁୟାରୀ ୧୪ କିମ୍ବା ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ। ବିଶ୍ୱାସ ରହିଛି ଯେ ଏହି ଦିନ ଭଗବାନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ଏହାର ପ୍ରଭାବ ଅନ୍ୟ ରାଶିମାନଙ୍କ ଉପରେ ମଧ୍ୟ ପଡ଼ିଥାଏ। ଏଣୁ ମକର ସଂକ୍ରାନ୍ତି ପାଳନ କରିବାର କେତେକ ସ୍ୱତନ୍ତ୍ର ନୀତି ନିୟମ ରହିଛି। ଏହାର ପାଳନ ଠିକ୍‌ ଭାବେ କଲେ ଜୀବନରୁ ସମସ୍ତ ଦୁଃଖ ଦୂର ହେବା ସହ ସୁଖ ପ୍ରାପ୍ତି ହୋଇଥାଏ। ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଦିନ କ’ଣ କରିବା ଉଚିତ ଓ କେଉଁ କାମ ନ କରିବା ଉଚିତ…

ମକର ସଂକ୍ରାନ୍ତିରେ ଏହି କାମ କରିବା ଶୁଭଫଳ ଦେଇଥାଏ:

  • ମକର ସଂକ୍ରାନ୍ତି ଦିନ ପ୍ରାତଃକାଳରେ ଗଙ୍ଗା ସ୍ନାନ କରିବା ବେଶ୍‌ ଲାଭଦାୟକ ହୋଇଥାଏ। ଯଦି ଗଙ୍ଗା ନଦୀକୁ ଯାଇପାରୁନାହାନ୍ତି ତେବେ ଯେକୌଣସି ପବିତ୍ର ନଦୀରେ ମଧ୍ୟ ସ୍ନାନ କରିପାରନ୍ତି।

  • ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହି ଦିନ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ପାପ କ୍ଷୟ ହୋଇଥାଏ।
  • ମକର ସଂକ୍ରାନ୍ତିରେ ଭଗବାନ ଶିବ, ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିବା ଉଚିତ।
  • ଏହି ଦିନ ଗରିବ, ଦୁଃଖୀଙ୍କୁ ଦାନ କରନ୍ତୁ।
  • ମକର ସଂକ୍ରାନ୍ତିରେ ଗାଈଙ୍କୁ ଖାଇବାକୁ ଦେଇ ସେବା କରିବା ଓ ବୃକ୍ଷରୋପଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
  • ଏହି ଦିନ ଘରକୁ ନୂଆ ଝାଡ଼ୁ କିଣିକି ଆଣିବା ମଧ୍ୟ ଶୁଭ ହୋଇଥାଏ।
  • ମକର ସଂକ୍ରାନ୍ତି ଦିନ ବୟୋଜ୍ୟେଷ୍ଠଙ୍କୁ ପାଦ ଛୁଇଁ ପ୍ରଣାମ କରିବା ଉଚିତ।

  • ଏହି ଦିନ ଆଲମାରୀରୁ ସୁନାଗହଣା କାଢ଼ି ଗଙ୍ଗା ପାଣିରେ ଧୋଇ ହଳଦୀ ଲଗାଇ ରଖନ୍ତୁ।
  • ଘରେ ଖେଚୁଡ଼ି ରାନ୍ଧି ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ।

କ’ଣ ନ କରିବେ:

  • ମକର ସଂକାନ୍ତି ଦିନ କେବଳ ତନକୁ ନୁହେଁ ମନକୁ ବି ସଫା ରଖିବା ଜରୁରୀ। ଏହି ଦିନ କାହାକୁ ବାଧିଲା ଭଳି କିଛି କୁହନ୍ତୁ ନାହିଁ।
  • ଏହି ଦିନ ଗଛ ବୃକ୍ଷକୁ ଆଘାତ କରନ୍ତୁ ନାହିଁ। ତୁଳସୀ ଗଛରୁ ବି ପତ୍ର ତୋଳନ୍ତୁ ନାହିଁ।
  • ଏହିଦିନ ଘରେ ବଡ଼ମାନଙ୍କୁ ଅସମ୍ମାନ କରନ୍ତୁ ନାହିଁ। ଏହା ଦ୍ୱାରା ସୂର୍ଯ୍ୟଦେବ ଓ ଶନିଦେବ ନାରାଜ ହୋଇପାରନ୍ତି।
  • ମକର ସଂକ୍ରାନ୍ତି ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ।
  • ଏହି ଦିନ ଅତ୍ୟନ୍ତ ପବିତ୍ର ହୋଇଥିବାରୁ ପିଆଜ, ରସୁଣ ତଥା ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତୁ।

  • ଭୁଲ୍‌ରେ ବି ଏହି ଦିନ ମଦ୍ୟପାନ କରନ୍ତୁ ନାହିଁ।
  • ଏହିଦିନ ଗରିବଙ୍କୁ ଦାନ କରିବା ବେଳେ ପୁରୁଣା ଡ୍ରେସ୍‌ ଓ ବାସି ଖାଦ୍ୟ ଦିଅନ୍ତୁ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.