ଏମିତି ଆବିଷ୍କାର କଲା କିଏ? ଜାଣନ୍ତୁ ୬ଟି ଅଦ୍ଭୁତ ଜିନିଷ

ଆପଣ ଏହା ନିଶ୍ଚିତ ଶୁଣିଥିବେ, ଆବଶ୍ୟକତା ଆବିଷ୍କାରର ଜନନୀ। କିନ୍ତୁ ଯେତେବେଳେ ଆବଶ୍ୟକତା ଅପରିହାଯ୍ୟର୍ ହୋଇପଡ଼େ, ସେତେବେଳେ ଆବିଷ୍କାର ମଧ୍ୟ ସେହି ଧରଣର ହୋଇଥାଏ। ଆଜି ଆମେ ଆପଣଙ୍କୁ ଯେଉଁ ସବୁ ଆବିଷ୍କାର ବିଷୟରେ କହିବାକୁ ଯାଉଛୁ, ତାହାକୁ ଦେଖିଲେ ଆପଣଙ୍କ ବୁଦ୍ଧି ବାଟବଣା ହୋଇଯିବ। ପ୍ରଥମତଃ, ଏମିତି ଜିନିଷକୁ ଆପଣ କେବେ ବି ବ୍ୟବହାର କରିବେ ନାହିଁ, ଯଦି ବା କରିବେ, ତେବେ ନିଶ୍ଚିତ ଭାବେ ଆପଣ ମୁଣ୍ଡବିନ୍ଧାକୁ କିଣିବେ। ଆସନ୍ତୁ ଜାଣିବା, ଲୋକେ କିଭଳି ଏମିତି ଅଦରକାରୀ ବସ୍ତୁରେ ନିଜ ବୁଦ୍ଧି ଖଟାଇଛନ୍ତି।

u1

୧. ପ୍ରାଇଭେସି ସ୍କାର୍ଫ

ଏହି ସ୍କାର୍ଫ ଆପଣଙ୍କ ପ୍ରାଇଭେସିକୁ ତ ଗୁପ୍ତ ରଖିପାରିବ। କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଲା, ଏହାକୁ ଆପଣ ପିନ୍ଧିଲେ, କିଏ ଆପଣଙ୍କ କର୍ଣ୍ଣମୂଳିକୁ ଚାପୁଡ଼ା ମାରି ପଳେଇବ,ତାହା ଜାଣିପାରିବେ ନାହିଁ।

u22

୨. ଛତା ଥିବା ଜୋତା

ଛତା ଥିବା ଜୋତା କିଏ ବା ପିନ୍ଧନ୍ତି? ନାଁ ଟା ଶୁଣିଲେ ନିହାତି ଆଶ୍ଚଯ୍ୟର୍ ଲାଗୁଥିବ। କିନ୍ତୁ ହଁ, ଏହି ଜୋତାକୁ ଏମିତି ଢଙ୍ଗରେ ତିଆରି କରାଯାଇଛି, ଯେପରି ଏଥିରେ ଛତା ଲଗାଯାଇ ପାରିବ। କିନ୍ତୁ ଛତା ଲାଗିବା ପରେ ଜୋତାର ଉପରି ଭାଗ ଆଦୌ ଦେଖାଯିବ ନାହିଁ। ଯଦି ଏମିତି ଭାବେ ଆପଣଙ୍କୁ ଜୋତା ସମ୍ଭାଳିବାକୁ ପଡ଼େ, ତା’ହେଲେ କିଏ କାହିଁକି ଏତେ ପରିଶ୍ରମ କରିବ?

u44

୩. ଏୟାରକଣ୍ଡିଶନର ଜୋତା

ଏହି ଜୋତା ଯେହି ଲୋକମାନଙ୍କ ପାଇଁ ତିଆରି କରାଯାଇଛି, ଯେଉଁ ଲୋକଙ୍କ ଗୋଡ଼ରୁ ଅତି କଦଯ୍ୟର୍ ଦୁର୍ଗନ୍ଧ ବାହାରିଥାଏ। ଜୋତାର ତଳ ଭାଗରେ ଏଗ୍‌ଜଷ୍ଟ ଫ୍ୟାନ୍‌ ଲଗାଯାଇଛି। ଏହାକୁ ଚଲାଇବା କ୍ଷଣି ଦୁର୍ଗନ୍ଧ ବାହାରକୁ ବାହାରି ଆସିଥାଏ। କହିବାକୁ ଗଲେ, ପାଦ ତଳେ ପୂରା ମେଶିନାରି ଲଗାଯାଇଛି। ଶୁଣିବାକୁ ଏହା ଖୁବ୍‌ ମଜାଳିଆ ଲାଗୁଛି, କିନ୍ତୁ ପିନ୍ଧିଲେ ଯେ କେହି ବି ଆପଣଙ୍କ ମଜା ଉଡ଼ାଇ ପାରିବ।

u7

୪. ଆଇପଟି

ଆପଣ ଆଇପଡ୍‌ ବିଷୟରେ ଶୁଣିଥିବେ। କିନ୍ତୁ ଆଇପଟି ସେହି ପିଲାମାନଙ୍କ ପାଇଁ ଆବିଷ୍କାର କରାଯାଇଛି, ଯେଉଁମାନେ ଝାଡ଼ା ବସିବା ବେଳେ ଅପରିଷ୍କାର କରନ୍ତି। ଏହି ଛୋଟ କମୋଡ୍‌ରେ ଟ୍ୟାବ୍‌ଲେଟ ଲଗାଯାଇଛି, ଯାହାର ଅର୍ଥ ହେଉଛି, ଯେତେବେଳେ ପିଲା ଏଥିରେ ବସିବ, ତାହାର ମନ ଟ୍ୟାବ୍‌ଲେଟରେ ଲାଗିରହିବ।

୫. ବଟର ଷ୍ଟିକ୍‌

ବ୍ରେଡ୍‌ରେ ଏମିତି ଢଙ୍ଗରେ ବଟର ଲଗାଇଲେ, ଆପଣଙ୍କୁ ଅନୁଭବ ହେବ ଯେ ଆପଣ ପାଉଁରୁଟିରେ ବଟର ନୁହେଁ, ବରଂ ଷ୍ଟିକ୍‌ ଅଠା ଲଗାଉଛନ୍ତି। ଫଳରେ ଆପଣଙ୍କୁ ଏହା ଖାଇବାକୁ ଆଦୌ ଇଚ୍ଛା ହେବନି।

u8

୬. ପରଫେକ୍ଟ ଆଇଡ୍ରପ୍‌

ଆଖିରେ ଔଷଧ ବୁନ୍ଦା ପକାଇବା, କୌଣସି ରୋଡିଜ୍‌ ଟାସ୍କରୁ କମ୍‌ ନୁହେଁ। ଏହା ବଡ଼ ମୁସ୍କିଲ କାମ। ଅଧାରୁ ଅଧିକ ଆଇଡ୍ରପ୍‌ ଅସାବଧାନତା ବଶତଃ ଆଖି ପାର୍ଶ୍ୱରେ କିମ୍ବା ନାକ ଉପରେ ପଡ଼ିଯାଇଥାଏ। ଏହାକୁ ନଜରରେ ରଖି ଚଷମା ଆଇଡ୍ରପ୍‌ ଆବିଷ୍କାର କରାଯାଇଛି। ଏହି ଚଷମାର ଉପରେ ଦୁଇଟି କ୍ୟାପ୍‌ ଲଗାଯାଇଛି। ଏଥିରେ ଡ୍ରପ୍‌ ପକାଇବା କ୍ଷଣି ଏହା ସିଧା ଆଖି ଉପରେ ପଡ଼ିଥାଏ। କିନ୍ତୁ ସମସ୍ୟା ଯେ, ଏତେ ଝିଞ୍ଜଟ୍‌ରେ ପଶିବ କିଏ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.