ବାହାରିଲା ନିର୍ଭୟା ଅପରାଧୀଙ୍କ ଡେଥ୍‌ ଓ୍ଵାରେଣ୍ଟ

ନୂଆଦିଲ୍ଲୀ : ଜାରି ହେଲା ଡେଥ୍‌ ଓ୍ଵରେଣ୍ଟ । ଆସନ୍ତା ଜାନୁଆରୀ ୨୨ ତାରିଖରେ ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲା ଦୋଷୀ ସାବ୍ୟସ୍ତ ଚାରି ଜଣଙ୍କୁ ଫାଶି ଦିଆଯିବ । ହାଇଦ୍ରାବାଦ ଡାକ୍ତରାଣୀ ଦୁଷ୍କର୍ମ ଘଟଣା ପରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହି ଆସିଛି ଏହି ନିର୍ଭୟା ମାମଲା । ଗତ ୨୦୧୨ରେ ଏହି ଭୟାନକ ଘଟଣା ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ଅପରାଧୀ ଜେଲ୍‌ରେ ରହି ସଜା କାଟୁଥିଲେ । ତେବେ ଆଜି ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଏମାନଙ୍କ ନାଁରେ ଡେଥ ଓ୍ଵାରେଣ୍ଟ ଜାରି କରିଛନ୍ତି । ତେଣୁ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଏହି ଅପରାଧୀମାନେ ଫାଶିଖୁଣ୍ଟରେ ଝୁଲିବେ ।

NIRBHAYAଏହି ଅପରାଧୀମାନେ ହେଲେ ପବନ ଗୁପ୍ତା, ଅକ୍ଷୟ ଠାକୁର, ବିନୟ ଶର୍ମା ଓ ମୁକେଶ ସିଂହ । ଭିଡିଓ କନଫରେନସିଂରେ ଆଜି ଅପରାଧୀମାନେ ହାଜର ହୋଇଥିଲେ । ଜେଲ୍‌ ଭିତରୁ ସେମାନେ ନିଜ କଥା କହିଥିଲେ । ଦୋଷୀ ସାବ୍ୟସ୍ତ ଅକ୍ଷୟ ନିର୍ଦ୍ଦୋଷ ବୋଲି କୋର୍ଟରେ କହିଥିଲେ । ତାଙ୍କ ଏହି ଘଟଣାରେ ଫସାଇ ଦିଆଯାଛି ବୋଲି କହିଥିଲେ । ସେପଟେ ନିର୍ଭୟାଙ୍କ ମା କୋର୍ଟରେ କାନ୍ଦି ପକାଇଥିଲେ ।

NIRBHAYA MOTHER
ନିର୍ଭୟାଙ୍କ ମା
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.