ଅନ୍‌ଲାଇନ୍‌ରେ ଅଶ୍ଳୀଳ ଭିଡିଓ ଦେଖୁଛନ୍ତି କି! ହୋଇଯାଆନ୍ତୁ ସାବଧାନ

ଅନ୍‌ଲାଇନ୍‌ରେ ପର୍ଣ୍ଣ ଭିଡିଓ ଦେଖୁଥିଲେ ଏବେଠୁ ହୁଅନ୍ତୁ ସାବଧାନ। ଅନ୍‌ଲାଇନ୍‌ରେ ଅଶ୍ଳୀଳ ଫିଲ୍ମ ଦେଖିବା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ବର୍ତ୍ତମାନ ୟୁଜରଙ୍କ ଅଜାଣତରେ ହ୍ୟାକରମାନେ ସେମାନଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍‌ଲାଇନ୍‌ରେ ପର୍ଣ୍ଣ ଦେଖିବା ସମୟରେ ହ୍ୟାକରମାନେ ୟୁଜରଙ୍କ କମ୍ପ୍ୟୁଟରକୁ ହ୍ୟାକ୍‌ କରି ଭିଡିଓ ବନାଇ ତାଙ୍କୁ ବ୍ଲାକମେଲ କରୁଥିବା ଜଣାଯାଇଛି।

ୱେବକ୍ୟାମ୍‌ରେ ରେକର୍ଡ ହେଉଛି ଭିଡିଓ:

ୟୁଜରଙ୍କ ଅନ୍‌ଲାଇନ୍‌ ଆକ୍ଟିଭିଟିକୁ ରେକର୍ଡ କରିବା ପାଇଁ ହ୍ୟାକର ପିସି ବା ଲାପ୍‌ଟପ୍‌ରେ ଏକ ମେଲବେୟରକୁ ଇନ୍‌ଷ୍ଟଲ କରିଥାନ୍ତି। ପରେ ୱେବକ୍ୟାମ୍‌ ମାଧ୍ୟମରେ ହ୍ୟାକର ଭିଡିଓ ତିଆରି କରିଥାନ୍ତି, ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତି ଅଶ୍ଳୀଳ ଫିଲ୍ମ ଦେଖୁଥିବା ଦେଖିବାକୁ ମିଳେ। ପରେ ଏହି ଭିଡିଓକୁ ହ୍ୟାକର ୟୁଜରଙ୍କ ନିକଟକୁ ଇମେଲ ମାଧ୍ୟମରେ ପଠାଇ ଟଙ୍କା ମାଗିଥାଏ। ଟଙ୍କା ନଦେଲେ ଭିଡିଓକୁ ସମସ୍ତ କଣ୍ଟାକ୍ଟକୁ ପଠାଇବାକୁ ଧମକ ଦେଇଥାଏ। ସାଇବର କ୍ରାଇମ୍‌ ଦୁନିଆରେ ଏହାକୁ ସେକ୍ସଟରସନ୍‌ ବା ଭିଡିଓ ତିଆରି କରି ବ୍ଲାକମେଲ୍‌ କରିବା କୁହାଯାଏ।

ଟଙ୍କା ଆଦାୟ କରିବା ପାଇଁ ହ୍ୟାକର ବାରମ୍ବାର ୟୁଜରଙ୍କ ନିକଟକୁ ମେଲ ପଠାଇଥାଏ। ୟୁଜର ଏହାକୁ ଅଣଦେଖା କରିବା ପରେ ହ୍ୟାକର ପୁଣି ଥରେ ଭିଡିଓ ବାବଦରେ ଅଧିକ ତଥ୍ୟ ପଠାଇଥାଏ, ଯେମିତିକି ୟୁଜରର ବିଶ୍ୱାସ ହେବ ଓ ସେ ଡରିକି ଟଙ୍କା ଦେବ। ବାରମ୍ବାର ଧମକପୂର୍ଣ୍ଣ ମେଲ ଆସିବା ଦ୍ୱାରା ଲୋକଲଜ୍ଜା ଭୟରେ ବାଧ୍ୟ ହୋଇ ୟୁଜର ହ୍ୟାକରର ସମସ୍ତ ସର୍ତ୍ତରେ ରାଜି ହୋଇ ତାଙ୍କୁ ଟଙ୍କା ଦେଇଥାଏ।

କିଛି ବର୍ଷ ପୂର୍ବରୁ ଏହି ଇ-ମେଲ ଇନ୍‌ବକ୍ସରେ ନ ଆସି ସ୍ପାମ୍‌ ଫୋଲଡରରେ ଆସୁଥିଲା। ଏଣୁ ୟୁଜର ଏନେଇ ଜାଣିପାରୁନଥିଲେ ଓ ହ୍ୟାକରଙ୍କ ମନୋବାଞ୍ଛା ପୂର୍ଣ୍ଣ ହୋଇପାରୁନଥିଲା। କିନ୍ତୁ ବର୍ତ୍ତମାନ ଟେକ୍ନୋଲୋଜି ଉନ୍ନତ ହେବା ସହ ହ୍ୟାକରମାନେ ମଧ୍ୟ ନୂଆ ନୂଆ ଉପାୟରେ ଲୋକଙ୍କୁ ଠକିବା ଆରମ୍ଭ କଲେଣି। ଏବେ ହ୍ୟାକରମାନେ ଜି-ମେଲ, ୟାହୁ, ଆଇ କ୍ଲାଉଡ୍‌ ଆଦି ଇମେଲ ସର୍ଭିସ ତରଫରୁ ଦିଆଯାଉଥିବା ଫିଲଟର ସିକ୍ୱିରିଟିକୁ ବାଇପାସ କରିବା ଉପାୟ ଖୋଜିସାରିଲେଣି। ଏଣୁ ଏବେ ସିଧାସଳଖ ୟୁଜରଙ୍କ ପାଖକୁ ହ୍ୟାକର ମେଲ କରି ବ୍ଲାକମେଲ କରିପାରୁଛନ୍ତି।

ତେବେ ଏଭଳି ହ୍ୟାକରଙ୍କ ବିଷୟରେ ଜଣାପଡ଼ିବା ପରେ ବର୍ତ୍ତମାନ ଗୁଗଲ, ଆପଲ ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀ ଏହାକୁ ରୋକିବା ପାଇଁ ନୂଆ ସିଷ୍ଟମ ଡେଭଲପ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏଣୁ ଖୁବ୍‌ ଶୀଘ୍ର ଏହି ହ୍ୟାକରଙ୍କୁ ରୋକିହେବ ବୋଲି ସାଇବର ଟିମ୍‌ ଆଶାପ୍ରକାଶ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.