୪ ବର୍ଷ ଧରି ଚାଲିଥିବା ପ୍ରଥମ ବିଶ୍ୱଯୁଦ୍ଧରେ ଯାଇଥିଲା କୋଟିଏ ଲୋକଙ୍କ ଜୀବନ, ଜାଣନ୍ତୁ ଏ ସମୟରେ ହୋଇଥିବା କିଛି ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ

ବିଶ୍ୱଯୁଦ୍ଧ କଥା ଶୁଣିଲେ ମନରେ ଏକ ଅଜ୍ଞାତ ଭୟ ସଞ୍ଚାର ହୋଇଥାଏ। ଝିମିଟି ଖେଳରୁ ମହାଭାରତ ଆରମ୍ଭ ହେବା ଭଳି ଏକ ସାମାନ୍ୟ କାରଣରୁ ହୋଇଥିଲା ବିଶ୍ୱଯୁଦ୍ଧର ସୂତ୍ରପାତ। ଅଷ୍ଟ୍ରିଆର ରାଜକୁମାରଙ୍କୁ ହତ୍ୟା କରାଯିବା ପରେ ଯୁଦ୍ଧ ବିଗୁଲ ବାଜିଥିଲା। ୧୯୧୪ରୁ ୧୯୧୯ ପର୍ଯ୍ୟନ୍ତ ମଧ୍ୟ ୟୁରୋପ, ଏସିଆ ଓ ଆଫ୍ରିକାର ତିନିଟି ମହାଦ୍ୱୀପର ଜଳ, ସ୍ଥଳ ଓ ଆକାଶରେ ପ୍ରଥମ ବିଶ୍ୱଯୁଦ୍ଧର ବିଭୀଷିକା ଦେଖିବାକୁ ମିଳିଥିଲା। ଏଥିରେ ଭାଗ ନେଇଥିବା ଦେଶର ସଂଖ୍ୟା, କ୍ଷେତ୍ର ଓ ହୋଇଥିବା କ୍ଷତି କାରଣରୁ ଏହାକୁ ବିଶ୍ୱଯୁଦ୍ଧ କୁହାଯାଏ। ପ୍ରଥମ ବିଶ୍ୱଯୁଦ୍ଧ ପ୍ରାୟ ୫୨ ମାସ ଧରି ଚାଲିଥିଲା। ଏହା ଏତେ ମାତ୍ରାରେ ଭୟଙ୍କର ଥିଲା ଯେ ସେତେବେଳ ପିଢ଼ିର ଜୀବନର ଦୃଷ୍ଟିକୋଣକୁ ବଦଳାଇ ଦେଇଥିଲା। ପ୍ରଥମ ବିଶ୍ୱଯୁଦ୍ଧ ବେଳେ ପ୍ରାୟ ଅଧା ଦୁନିଆରେ ହିଂସା ଦେଖିବାକୁ ମିଳିଥିଲା ଓ ପ୍ରାୟ କୋଟିଏ ଲୋକଙ୍କ ମୃତ୍ୟୁ ଘଟିଥିଲା। କେବଳ ଏତିକି ନୁହେଁ ରୋଗ, କୁପୋଷଣ ଯୋଗୁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ତେବେ ଆସନ୍ତୁ ଜାଣିବା ପ୍ରଥମ ବିଶ୍ୱଯୁଦ୍ଧକୁ ନେଇ କେତେକ ରୋଚକ କଥା:

୧. ପ୍ରଥମ ବିଶ୍ୱଯୁଦ୍ଧର ଆରମ୍ଭ ୨୮ ଜୁଲାଇ ୧୯୧୪ ମସିହାରେ ହୋଇଥିଲା।
୨. ୪ ବର୍ଷ ପର୍ଯ୍ୟନ୍ତ ଏହା ଚାଲିଥିଲା।
୩. ବିଶ୍ୱଯୁଦ୍ଧରେ ୩୭ଟି ଦେଶ ଭାଗ ନେଇଥିଲେ।
୪. ପ୍ରଥମ ବିଶ୍ୱଯୁଦ୍ଧର ତତ୍କାଳୀନ କାରଣ ଅଷ୍ଟ୍ରିଆର ରାଜକୁମାର ଫର୍ଡିନାଣ୍ଡଙ୍କ ହତ୍ୟା ଥିଲା।

୫. ଅଷ୍ଟିଆ ରାଜକୁମାରଙ୍କୁ ବୋସ୍‌ନିଆର ରାଜଧାନୀ ସେରାଜେବୋ ଠାରେ ହତ୍ୟା କରାଯାଇଥିଲା।
୬. ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଦୁନିଆ ଦୁଇ ଭାଗରେ ବିଭକ୍ତ ହୋଇଥିଲା।
୭. ଜର୍ମାନୀ ସମେତ ଅଷ୍ଟ୍ରିଆ, ହଙ୍ଗେରୀ ଓ ଇଟାଲୀ ଭଳି ରାଷ୍ଟ୍ର ଗୋଟିଏ ପଟେ ଥିଲେ।
୮. ମିତ୍ରରାଷ୍ଟ୍ର ମଧ୍ୟରେ ଇଂଲଣ୍ଡ, ଜାପାନ, ସଂଯୁକ୍ତ ରାଜ୍ୟ ଆମେରିକା, ଋଷ ତଥା ଫ୍ରାନ୍ସ ରହିଥିଲେ।

୯. ଗୁପ୍ତ ସନ୍ଧି ପ୍ରଣାଳୀର ଜନକ ଥିଲେ ବିସ୍‌ମାର୍କ।
୧୦. ଅଷ୍ଟ୍ରିଆ, ଜର୍ମାନୀ ଓ ଇଟାଲୀ ମଧ୍ୟରେ ୧୮୮୨ ମସିହାରେ ତ୍ରିପାକ୍ଷିକ ମୈତ୍ରୀ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୧.ସର୍ବିଆର ଗୁପ୍ତ କ୍ରାନ୍ତିକାରୀ ସଂସ୍ଥାର ପ୍ରତୀକ କଳା ହାତ ଥିଲା।
୧୨.ଋଷ-ଜାପାନ ଯୁଦ୍ଧର ଅନ୍ତ ଆମେରିକା ରାଷ୍ଟ୍ରପତି ରୁଜ୍‌ଭେଲ୍ଟ କରିଥିଲେ।

୧୩. ମରକ୍କୋ ସଙ୍କଟ ୧୯୦୬ ମସିହାରେ ସାମ୍ନାକୁ ଆସିଥିଲା।
୧୪. ପ୍ରଥମ ବିଶ୍ୱଯୁଦ୍ଧ ବେଳେ ୧୯୧୪ ମସିହା ଅଗଷ୍ଟ ୧ ତାରିଖରେ ଜର୍ମାନୀ ଋଷ ଉପରେ ଆକ୍ରମଣ କରିଥିଲା।
୧୫. ସେହିପରି ଜର୍ମାନୀ ୩ ଅଗଷ୍ଟ ୧୯୧୪ ମସିହାରେ ଫ୍ରାନ୍ସ ଉପରେ ଆକ୍ରମଣ କରିଥିଲା।
୧୬. ୧୯୧୪ ମସିହା ଅଗଷ୍ଟ ୮ ତାରିଖରେ ବିଶ୍ୱଯୁଦ୍ଧରେ ଇଂଲଣ୍ଡ ସାମିଲ ହୋଇଥିଲା।

୧୭.ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଆମେରିକାର ରାଷ୍ଟ୍ରପତି ବୁଡରୋ ଓ୍ଵିଲସନ୍‌ ଥିଲେ।
୧୮.ଜର୍ମାନୀର ୟୁ ବୋଟ୍‌ ଇଂଲଣ୍ଡ ଲୁସିତାନିଆ ନାମକ ଜାହାଜ ବୁଡ଼ିବା ପରେ ଆମେରିକା ପ୍ରଥମ ବିଶ୍ୱଯୁଦ୍ଧରେ ସାମିଲ ହୋଇଥିଲା। କାରଣ ଲୁସିତାନିଆ ଜାହାଜରେ ମୃତ୍ୟୁବରଣ କରିଥିବା ୧୧୫୩ ଜଣଙ୍କ ମଧ୍ୟରୁ ୧୨୮ ଜଣ ଆମେରିକାର ଥିଲେ।
୧୯. ମିତ୍ର ରାଷ୍ଟ୍ର ତରଫରୁ ଇଟାଲୀ ୨୬ ଏପ୍ରିଲ ୧୯୧୫ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରିଥିଲା।

୨୦.୧୧ ନଭେମ୍ବର ୧୯୧୮ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତ ହୋଇଥିଲା।
୨୧.ପ୍ୟାରିସ ଶାନ୍ତି ସମ୍ମେଳନ ୧୮ ଜୁନ୍‌ ୧୯୧୯ରେ ଅନୁଷ୍ଠିତ ହୋଇଥିଲା।
୨୨. ଏଥିରେ ୨୭ଟି ଦେଶ ଅଂଶଗ୍ରହଣ କରିଥିଲେ।
୨୩. ପ୍ରଥମ ବିଶ୍ୱଯୁଦ୍ଧ ପରେ ଜାତିସଂଘର ସ୍ଥାପନା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.