Twitter ମଧ୍ୟ ଆଣୁଛି ନିଜର ପେମେଣ୍ଟ ସିଷ୍ଟମ, ଏବେ ଟଙ୍କା ଟ୍ରାନ୍ସଫର କରିବା ହେବ ବହୁତ ସହଜ

ମାଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ଟ୍ଵିଟର ମଧ୍ୟ ଏବେ ଦୁନିଆର ସବୁଠାରୁ ବଡ ସୋସିଆଲ ମିଡିଆ ସାଇଟ୍‌ ଫେସବୁକକୁ ଟକ୍କର ଦେବା ପ୍ରସ୍ତୁତିରେ। ଟ୍ଵିଟର ମଧ୍ୟ ଗୁଗଲ ଏବଂ ଫେସବୁକ୍‌ ଭଳି ନିଜର ପେମେଣ୍ଟ ସିଷ୍ଟମ ଆଣିବାକୁ ଯୋଜନା କରୁଛି। ଯଦିଓ ଟ୍ଵିଟର ନିଜର ପେମେଣ୍ଟ ସିଷ୍ଟମ ବିଷୟରେ ଅଫିସିଆଲି କିଛି ସୂଚନା ଦେଇନାହିଁ।

ରିପୋର୍ଟ ମୁତାବକ ଟ୍ଵିଟର ନିଜର ପେମେଣ୍ଟ ସିଷ୍ଟମ ଆଣିବାକୁ ଯୋଜନା କରୁଛି ଏବଂ ଏହାର ପ୍ରସ୍ତୁତି ବହୁତ ଜୋରଶୋରରେ ଚାଲିଛି। ଟ୍ଵିଟରରେ ପେମେଣ୍ଟ ସିଷ୍ଟମ ଫିଚର ଆସିବା ପରେ ୟୁଜର୍ସ ଜଣେ ଜଣଙ୍କୁ ଟଙ୍କା ପଠାଇପାରିବେ ଏବଂ ପାଇପାରିବେ। ଟ୍ଵିଟରର ଏହି ପେମେଣ୍ଟ ସିଷ୍ଟମର ନାମ ଟିପିଙ୍ଗ୍‌ (tipping) ବୋଲି କୁହାଯାଉଛି।

twiterଟ୍ଵିଟରର ପେମେଣ୍ଟ ଫିଚର କମ୍ପାନୀର ସିଇଓ ଜ୍ୟାକ୍‌ ଡର୍ସିଙ୍କର ଅନ୍ୟ କମ୍ପାନୀ Square  ସହିତ କାମ କରିବ। ଜଣାଇବାକୁ ଚାହିଁବୁ ଯେ Square ଜ୍ୟାକ ଡର୍ସୀଙ୍କର ଫାଇନାନ୍ସିଆଲ ସିର୍ଭିସ ଦେଉଥିବା କମ୍ପାନୀ ଅଟେ। ସ୍କୋୟାର ସାନଫ୍ରାନସିକୋରେ ମୋବାଇଲ ପେମେଣ୍ଟ ସେବା ମଧ୍ୟ ଦେଉଛି। କୁହାଯାଉଛି ଯେ ଟ୍ଵିଟରର ପେମେଣ୍ଟ ଫିଚର ବିଟକଏନ ପାଇଁ ହିଁ ହେବ। ଅର୍ଥାତ କେବଳ ବିଟକଏନରେ ହିଁ ପେମେଣ୍ଟ କରିପାରିବେ।

ଟ୍ଵିଟରର ସିଇଓ ମଧ୍ୟ ଜଣାଇଛନ୍ତି ଯେ ବିଟ କଏନ ଭବିଷ୍ୟତରେ ଇଣ୍ଟରନେଟର କରେନ୍ସୀ ହେବ। ଜ୍ୟାକଙ୍କ କମ୍ପାନୀ ସ୍କୋୟାର କ୍ରିପ୍ଟୋକରେନ୍ସୀ ପେମେଣ୍ଟରେ ମଧ୍ୟ କାମ କରୁଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ବିଟକଏନ ମାଇକ୍ରୋପେମେଣ୍ଟ ସଲ୍ୟୁସନ ଲାଇଟନିଙ୍ଗ୍‌ ନେଟଓ୍ଵାର୍କରେ ମୁଖ୍ୟ ନିବେଶକ ଅଟେ।

Leave A Reply

Your email address will not be published.