ବ୍ରହ୍ମପୁର ସହରର ଲୋଚାପଡ଼ାରେ ଅଘଟଣ, ସଟ ସର୍କିଟରୁ ଚାଲିଗଲା ଲୋଚାପଡ଼ା ସମବାୟ ସମିତି ସେକ୍ରେଟାରୀଙ୍କ ଜୀବନ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହରର ଲୋଚାପଡ଼ା ସେବା ସମବାୟ ସମିତି ଲିମିଟେଡ୍ ଡିପୋଜିଟ୍ କାଉଣ୍ଟର ପରିସରରେ କମ୍ପୁଟର ସଟ ସର୍କିଟ ହେବା ଯୋଗୁଁ ଜଣେ କର୍ମଚାରୀଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ବରଣ କରିଥିବା କର୍ମଚାରୀ ଜଣକ ହେଲେ ଲୋଚାପଡ଼ା ସମବାୟ ସମିତିର ସେକ୍ରେଟାରୀ ଜନନ୍ନାଥ ପାତ୍ର । ଆଜି ଅପରାହ୍ନରେ ସମସ୍ତ କର୍ମଚାରୀ ଖାଇବାକୁ ଯାଇଥିବା ବେଳେ ଜଗନ୍ନାଥ ଏକାକୀ କାର୍ଯ୍ୟାଳୟରେ ନିଜର କାମ କରୁଥିଲେ । ତେବେ କମ୍ପୁଟର ନିକଟରେ ବସି କାମ କରୁଥିବା ବେଳେ ସଟ୍ ସର୍କିଟ ହେବା ଫଳରେ ସମସ୍ତ କମ୍ପୁଟର ଓ ପ୍ରିଣ୍ଟର ପୋଡି ଯାଇଥିବା ବେଳେ ସେ ନିଜେ ସମ୍ପୁର୍ଣ୍ଣ ଭାବେ ପୋଡିଯାଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କରି ମୃତ୍ୟୁ ହୋଇଛି । ତେବେ କାର୍ଯ୍ୟାଳୟ ପରିସରରୁ ଧୂଆଁ ବାହାରୁଥିବା ନେଇ କିଛି ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ଏହା ସଟ୍ ସର୍କିଟ୍ ଯୋଗୁଁ  ଅଗ୍ନିକାଣ୍ଡ ହୋଇଥିବା ନେଇ ଅଗ୍ନିଶମ ବିଭାଗ ଅନୁମାନ କରିଛି। ପରେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ସାଇଣ୍ଟି ଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ହଠାତ୍ ଏଭଳି ଏକ ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.