ଆଉ ବ୍ୟାଙ୍କ ହାତରେ ନୁହେଁ, ଏଣିକି ନିଜେ ଚାହିଁଲେ ଚାଲୁ ଓ ବନ୍ଦ କରିପାରିବେ ନିଜ ATM କାର୍ଡ, ଆରବିଆଇ କଲା ଘୋଷଣା

ବର୍ତ୍ତମାନ ସମୟର ହେଉଥିବା ଅନଲଇନ ଠକେଇକୁ ରୋକିବା ପାଇଁ ଆରବିଆଇ ଘୋଷଣା କରିଛି ନୂଆ ନିୟମ। ସାଧାରଣତଃ କ୍ରେଡିଟ୍ କାର୍ଡ ଓ ଡେବିଟ କାର୍ଡରେ ଯେତେବେଳେ ଠକେଇର ଭୟ ଥାଏ ସେତେବେଳେ ବ୍ୟବହାରକାରୀମାନେ ବ୍ୟାଙ୍କକୁ ଖବର ଦେଇଥାନ୍ତି ନିଜର ATM ବନ୍ଦ କିମ୍ବା ଚାଲୁ କରିବା ପାଇଁ। କିନ୍ତୁ ଏବେ ଏହି ପ୍ରକୀୟା ବନ୍ଦ ହେବ। ଆଇବିଆଇର ନୂଆ ନିର୍ଦ୍ଦେଶ ମୁତାବକ ଏବେ ଡେବିଟି ଓ କ୍ରେଡିଟ କାର୍ଡଧାରୀ ନିଜେ ନିଜର ATM କାର୍ଡକୁ ବନ୍ଦ ଓ ଚାଲୁ କରିପାରିବେ।

RBI

ବର୍ତ୍ତମାନ କିନ୍ତୁ ଆପଣ ନିଜେ ନିଜର ATMକୁ ବନ୍ଦ କରିପାରିବେ  ନାହିଁ। ବନ୍ଦ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କର କଷ୍ଟମର କେୟାରକୁ କଲ କରି ATMକୁ ବ୍ଳକ କରିପାରିବେ। କିନ୍ତୁ ନୂଆ ନିୟମ ମାଧ୍ୟମରେ କାର୍ଡଧାରୀମାନେ ନିଜ ଆବଶ୍ୟକତା ହିସାବରେ ନିଜ କ୍ରେଡିଟ କାର୍ଡ ଓ ଡେବିଟ କାର୍ଡକୁ ଚାଲୁ ଓ ବନ୍ଦ କରିପାରିବେ । ଏହାଦ୍ବାରା ଆପଣଙ୍କୁ କଷ୍ଟମର କେୟାରକୁ କଲ କରିବାକୁ ପଡିବ ନାହିଁ।

प्रतीकात्मक तस्वीर

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଅ ତମାମ ବ୍ୟାଙ୍କ ଓ କାର୍ଡ ଜାରି କରୁଥିବା କମ୍ପାନୀକୁ କହିଛି ଯେ ଗ୍ରାହକମାନଙ୍କୁ ତାଙ୍କର ଡେବିଟ କାର୍ଡ ଓ ଚାଲୁ ଓ ବନ୍ଦ କରିବାର ଫିଚର ଦିଅନ୍ତୁ।  କ୍ରେଡିଟ  କାର୍ଡ ଓ ଡେିବଟ କାର୍ଡର ଚାଲୁ ଓ ବନ୍ଦ କରିବାର ବିକଳ୍ପ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ATM ମେସିନ କିମ୍ବା ମୋବାଇଲ ଆପ ମାଧ୍ୟମରେ ମିଳିପାରିବ।

metro card

ଆଇବିଆଇ ମୁତାବକ ଏହି ସୁବିଧା  ୨୪ ଘଣ୍ଟାପାଇଁ ହେବା ଦରକାର। ନୂଆ ସୁବିଧା ପ୍ରିପେଡ ଗିଫ୍ଟ କାର୍ଡ ଓ ମେଟ୍ରୋ କାର୍ଡ ଭଳି କାର୍ଡରେ ଲାଗୁ ହେବ ନାହିଁ । ଗ୍ରାହାକଙ୍କ ପାଖରେ ଟ୍ରାଞ୍ଜାକସନ ସେଟ କରିବା ପାଇଁ  ମଧ୍ୟ  ସୁବିଧା ରହିବ।  ଏହି ନୂଆ  ନିୟମଟି ୧୬ ମାର୍ଚ୍ଚ ୨୦୨୦ରୁ କାର୍ଯ୍ୟକ୍ଷମ ହେବ । ଆରବିଆଇର ଏହି ପଦକ୍ଷେପର ଏହା ଫାଇଦା ହେବ ଯେ ଯଦି କାର୍ଡଧାରୀଙ୍କର କାର୍ଡ ଚୋରୀ କିମ୍ବା ହଜି ଯାଉଛି ସେମାନେ ନିଜେ ସେହି କାର୍ଡଟିକୁ ବ୍ଲକ କରିପାରିବେ। ଏହା ସହିତ ଫ୍ରଡ୍ ସମ୍ଭାବନା ଥିବା କ୍ଷେତ୍ରରେ ଆପଣଙ୍କୁ ଆଉ ଗ୍ରାହାକ ସେବା କେନ୍ଦ୍ରକୁ ଫେନକରି ବ୍ଲକ କରିବା ପାଇଁ ଅନୁରୋଧ କରିବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.