ହସପିଟାଲରୁ ଘରକୁ ଯାଉଥିବା ଜଣେ ୯୧ ବର୍ଷିୟା ମହିଳା କଲେ ଜବରଦସ୍ତ ଡ୍ୟାନ୍ସ, ଯାହାକୁ ଦେଖି ଆପଣ ବି କହିବେ ‘ଗୋଟେ ଖୁସି ଆଉ’
ବହୁତ ଦିନ ଧରି ମେଡିକାଲରେ ରହିବା ପରେ ଘରକୁ ଯିବାର ଯେଉଁ ଖୁସି ଥାଏ, ତାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ୯୧ ବର୍ଷିୟା ମହିଳା। ବଢ଼ୁଥିବା ବୟସ ସହିତ ଅନେକ ଲୋକମାନେ ନିଜ ଜୀବନରେ ବଞ୍ଚିବା ହିଁ ଛାଡି ଦେଇଛନ୍ତି। ସେମାନଙ୍କ ଶରୀର ତାଙ୍କୁ କିଛି ବି କରାଇବାକୁ ଦେଇନଥାଏ କିନ୍ତୁ ଅନେକ ଏମିତି ଅଛନ୍ତି ଯେଉଁମାନେ ମସ୍ତିଷ୍କ ତାଙ୍କୁ କିଛି ନୂଆ କରାଇବାକୁ ଜବରଦସ୍ତ ଏନର୍ଜୀ ଦେଇଥାଏ।
ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ୯୧ ବର୍ଷ ମହିଳାଙ୍କ ପାଖରେ ବୟସ ହାର ମାନିଛି। ତାଙ୍କ ଯୋଶ୍ ଆଗରେ ବୟସକୁ ଗୁଳି ମାରିଛନ୍ତି ସେ। ଏହି ୯୧ ବର୍ଷିୟା ବୟଷ୍କ ମହିଳାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ପୂରା ବ୍ଲାଷ୍ଟ କରୁଛି। ଭିଡିଓରେ ଜଣେ ମହିଳା ଯିଏ କି ବୟସରେ ଏକଦମ ଶେଷ ସୀମାରେ ଅଛନ୍ତି ସେ ଏମିତି ଡ୍ୟାନ୍ସ କରୁଛନ୍ତି ତାଙ୍କୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
୯୧ ବର୍ଷିୟା ଜୁଲିଆ ବହୁତ ଦିନ ହେବ ଫିଜିଓଥେରାପୀ ସେଣ୍ଟରରେ ନିଜର ଚିକିତ୍ସା କରାଉଥିଲେ, ସେ ନିଷ୍ପତ୍ତି ନେଲେ ଯେ ସେ ନିଜର ଚାଲିବା ଷ୍ଟାଇଲକୁ ଡ୍ୟାନସିଙ୍ଗରେ ରିପ୍ଲେସ କରାଇବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମହିଳା ବହୁତ ଦିନ ଧରି ଚାଲି ପାରୁନଥିଲେ, ଫିଜିଓଥେରାପୀ ପରେ ସେ ଏମିତି ଡ୍ୟାନ୍ସ କରି ମେଡିକାଲ କତ୍ତୃପକ୍ଷଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରାଇଦେଇଛନ୍ତି।
https://www.facebook.com/goldenagehomehealthllc/videos/2354836614827228/
1୧୫ ଜାନୁଆରୀରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୭୫,୦୦୦ରୁ ଅଧିକ ଥର ଦେଖାଯାଇସାରଲାଣି। ଜୁଲିଆଙ୍କ ଏହି ଡ୍ୟାନ୍ସ ଦେଖି ଲୋକମାନେ ବହୁତ ଖୁସି ହେବା ସହିତ ସମସ୍ତେ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘୯୨ ବର୍ଷରେ ଏହି ମହିଳାଙ୍କୁ ଏମିତି ଖୁସି ହେଉଥିବାର ଦେଖି ମୋତେ ବି ବହୁତ ଖୁସି ଲାଗୁଛି।