ସଲମାନଙ୍କ ବିନା ଅନୁମତିରେ ତାଙ୍କ ଫଟୋ ଉଠାଉଥିଲେ ପ୍ରଶଂସକ, ଦେଖନ୍ତୁ ତା’ପରେ କ’ଣ କଲେ ଭାଇଜାନ୍‌

ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ମୁଡ୍‌କୁ କିଏ ବା ନ ଜାଣେ। ସଲମାନ ଖୁସି ଥିବା ବେଳେ ଫ୍ୟାନ୍‌ଙ୍କ ସହ ଫଟୋ ଉଠାଇବାକୁ ଆଗେଇ ଆସୁଥିବା ବେଳେ ମୁଡ୍‌ ଅଫ୍‌ ଥିଲେ ସେ କିଛି ବି କରନ୍ତି ଓ କହିଥାନ୍ତି। ଏଣୁ ଫ୍ୟାନ୍‌ମାନେ ସଲମାନଙ୍କ ନିକଟତର ହେବା ପୂର୍ବରୁ ତାଙ୍କ ମୁଡ୍‌ କେମିତି ଅଛି ସେ ନେଇ ପ୍ରଥମେ ପରଖିନେଇଥାନ୍ତି।

Image result for a fan tried to click a selfie with salman khan

ତେବେ ନିକଟରେ ସଲମାନଙ୍କ ଫ୍ୟାନ୍‌ଙ୍କୁ ଭାଇଜାନଙ୍କ ସହ ଫଟୋ ଉଠାଇବା ବେଳେ ସେହିଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସଲମାନଙ୍କ ବିନା ଅନୁମତିରେ ତାଙ୍କର ଜଣେ ଫ୍ୟାନ୍‌ ଗୋଆ ଏୟାରପୋର୍ଟରେ ତାଙ୍କ ଫଟୋ ଉଠାଉଥିଲେ। ରାଧେର ସୁଟିଂ ସାରି ଫେରୁଥିବା ସଲମାନଙ୍କ ମୁଡ୍‌ ସେତେବେଳେ ଅଫ୍‌ ଥିଲା ଓ ସେ ଚିଡ଼ିଯାଇଥିଲେ। ଏଣୁ ଫଟୋ ଉଠାଉଥିବା ଫ୍ୟାନ୍‌ଙ୍କ ଠାରୁ ସଲମାନ ଫୋନ୍‌ ଛଡ଼ାଇ ନେଇଥିଲେ।

ଦେଖନ୍ତୁ ଭିଡିଓ:

ସଲମାନ୍‌ଙ୍କର ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଜଣେ ଫ୍ୟାନ୍‌ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି କାହା ଅନୁମତି ବିନା ତାଙ୍କ ଫଟୋ ଉଠାଇବା ଅନୁଚିତ। ଯାହାକୁ ଅନ୍ୟ ୟୁଜରମାନେ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଛି।

Image result for a fan tried to click a selfie with salman khan

ସୂଚନାଯୋଗ୍ୟ ଯେ ସଲମାନ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ରାଧେର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସଲମାନଙ୍କ ସମେତ ପ୍ରମୁଖ ଭୂମିକାରେ ଜ୍ୟାକି ଶ୍ରଫ୍‌, ରଣଦୀପ ହୁଡ଼ା ଓ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିବ। ଚଳିତ ମେ ମାସ ୨୨ ତାରିଖରେ ଫିଲ୍ମ ରିଲିଜ୍‌ ହେବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.