ନିର୍ଭୟା ପିଶାଚଙ୍କ ଫାଶୀ ତାରିଖ ଟଳିବା ନେଇ କିନ୍ନର ସମାଜର ଅଭିନବ ପ୍ରତିବାଦ, ଶିବ ମନ୍ଦିରରେ କଲେ ତାଣ୍ଡବ ନୃତ୍ୟ

ଉତ୍ତରପ୍ରଦେଶ: ନିର୍ଭୟା କାଣ୍ଡର ଦୋଷୀମାନଙ୍କ ଫାଶୀର ତାରିଖ ଘୁଞ୍ଚିବା ନେଇ ଗର୍ଜିଲେ ବଲିଆର କିନ୍ନର ସମାଜ। ଏହି ଫାଶୀ ତାରିଖ ଘୁଞ୍ଚିବା କଥା ଶୁଣି ଏହାକୁ ନାପସନ୍ଦ କରିବା ସହ ମାଲଗୋଦାମ ରୋଡ ସ୍ଥିତ ଶିବ ମନ୍ଦିରରେ ପହଞ୍ଚି ଶିବ ତାଣ୍ଡବ ନୃତ୍ୟ କରିଥିଲେ। ଏହାକୁ ଦେଖି ଶିବ ମନ୍ଦିରରେ ଅନେକ ଲୋକଙ୍କ ଭିଡ ଜମି ଯାଇଥିଲା ।

किन्नर(सांकेतिक तस्वीर)।

ଏହି କିନ୍ନର ମାନଙ୍କ ନେତୃତ୍ୱ ନେଉଥିବା କିନ୍ନର ଅନୁଷ୍କା କହିଛନ୍ତି ବାରମ୍ବାର ଫାଶୀ ଉପରେ ରୋକ ଲଗାଯାଇ କେବଳ କାନୁନରୁ ନୁହଁ ବରଂ ବଲିଆର ଝିଅ ନିର୍ଭୟା ଉପରେ ହୋଇଥିବା ପାଶବିକ ଅତ୍ୟାଚାରର ମଧ୍ୟ ଥଟ୍ଟା କରାଯାଉଛି। ଏମିତିକି ଏହା ଦ୍ବାରା କୁକର୍ମ କରୁଥିବା ଲୋକମାନଙ୍କ ମନବଳ ଦୃଢ ହେଉଛି ବୋଲି କିନ୍ନର ଅନୁଷ୍କା କହିଛନ୍ତି । ଏହା ପରେ ଅନୁଷ୍କା କହିଛନ୍ତି କେତେଦିନ ଏମିତି କାନୁନର ଅପବ୍ୟବହାର କରି ଦୋଷୀମାନେ ଏମିତି ଚକମା ଦେଇଚାଲିବେ। ଏଥିରେ ନ୍ୟାୟିକ ବ୍ୟବସ୍ଥା ଉପରେ  ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେସରେ ବାରମ୍ବାର ଫାଶୀରେ ସଜା ଟାଳିବା ଘଟଣାକୁ ନେଇ କିନ୍ନର ସମାଜ କ୍ରୋଧିତ ଅଛି ବୋଲି ଅନୁଷ୍କା କହିଛନ୍ତି । ଏଥିପାଇଁ ଆଜି ଭଗବାନ ଶିବଙ୍କ ମନ୍ଦିରରେ ଶିବ ତାଣ୍ଡବ କରି ବିରୋଧ ପ୍ରଦର୍ଶନ କରିଛି କିନ୍ନର ସମାଜ। କୋର୍ଟ ୧ ଫେବୃଆରୀକୁ ନିର୍ଭୟା ପିଶାଚଙ୍କୁ ଫାଶୀ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପୁଣି ଥରେ ଅଭିଯୁକ୍ତମାନେ ନ୍ୟାୟିକ ବ୍ୟବସ୍ଥାକୁ ଚକମା ଦେଇଗଲେ।

शिव तांडव करते किन्नर।

ଏହି ପିଶାଚ ମାନଙ୍କ ଓକିଲ ଜାଣିଶୁଣି କାନୁନର ଫାଇଦା ଉଠାଇ ସେମାନଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି। ଯାହା ସମାଜ, ଦେଶ ଓ କାନୁନର ହିତରେ ନାହିଁ । ଅନୁଷ୍କା କହିଛନ୍ତି ଝିଅ ଘରର ଲକ୍ଷ୍ମୀ ହୋଇଥାନ୍ତି। ଏମିତିରେ ନିର୍ଭୟା ଭଳି ଝିଅର ଦୋଷୀକୁ ଫାଶୀର ସଜା ନଦେଇ ସେମାନଙ୍କ ହାତ ଗୋଡ କଟିଦେବା ଦରକାର ବୋଲି କିନ୍ନର ଅନୁଷ୍କା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.