ଫିଲ୍ମରେ କାମ ଦେବା ବଦଳରେ ଝିଅ ମାନଙ୍କୁ ଏହି ଡିମାଣ୍ଡ କରୁଥିଲେ ଶକ୍ତି କପୁର : ଗୋଟିଏ ଷ୍ଟିଙ୍ଗ୍ ଦୋହଲାଇ ଦେଇଥିଲା ବଲିଉଡକୁ

୬୬ ବର୍ଷରେ ପାଦ ଦେଲେ କ୍ରାଇମ୍ ମାଷ୍ଟର୍ ଗୋଗୋ ଅର୍ଥାତ୍ ଶକ୍ତି କପୁର । ୩ ସେପ୍ଟେମ୍ବର ୧୯୫୨ରେ ଜନ୍ମ ହୋଇଥିଲେ ବଲିଉଡର ଖଳନାୟକ । ୧୯୮୦ ଏବଂ ୮୧ ଶକ୍ତି କପୁରଙ୍କ ମାତ୍ର ୨ଟି ଫିଲ୍ମ ରିଲିଜ୍ ହୋଇଥିଲା । ଯାହା ତାଙ୍କୁ ବଲିଉଡର ସବୁଠାରୁ ବଡ ଖଳନାୟକ ବନାଇଦେଇଥିଲା । ତେବେ ଅନେକ ଫିଲ୍ମରେ ସେ ସକରାତ୍ମକ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି । କିନ୍ତୁ ତାଙ୍କର ଖଳନାୟକ ଚରିତ୍ର ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ବଲିଉଡରେ ସବୁଠାରୁ ଅଧିକ ନକରାତ୍ମକ ଭୂମିକାରେ ଅଭିନୟ କରିଥିବା କଳାକାର ମାନଙ୍କ ତାଲକାରେ ଶକ୍ତି କପୁରଙ୍କ ନାଁ ସାମିଲ୍ ହୋଇଯାଇଛି । ଆଜି ଶକ୍ତି କପୁରଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନୀକୁ ନେଇ ଆମେ ଜଣାଇବୁ କିଛି ଅଜଣା କଥା ।

୭୦୦ରୁ ଅଧିକ ସିନେମାରେ କାମ କରି ସାରିଥିବା ଶକ୍ତି କପୁର ଅସଲ ଜୀବନରେ ସେତେବେଳେ ଖଳନାୟକ ହୋଇଯାଇଥିଲେ ଯେତେବେଳେ ଷ୍ଟିଙ୍ଗ୍ ଅପରେସନରେ ଧରାପଡିଯାଇଥିଲେ । ଷ୍ଟିଙ୍ଗରେ ଦେଖିବାକୁ ମିଳିଥିଲା ଯୁବତୀମାନଙ୍କୁ ଫିଲ୍ମରେ ସୁଯୋଗ ଦେବା ପାଇଁ ଅନେକ ଦାବି କରୁଥିଲେ ।

ଏହା ସହ ପଢନ୍ତୁ ବେଶ୍ୟାବୃତ୍ତିକୁ ଠେଲି ହୋଇଯାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ : ଜାଣନ୍ତୁ କେମିତି ଥିଲା ଶେଷ ଜୀବନ

୨୦୦୫ରେ ଏହି ଭିଡିଓ ଏକ ନ୍ୟୁଜ୍ ଚ୍ୟାନେଲ୍ ଜାରି କରିଥିଲା । ଯେଉଁଥିରେ ଶକ୍ତି କପୁର ଝିଅ ମାନଙ୍କୁ ଫିଲ୍ମରେ ରୋଲ୍ ଦେବା ପାଇଁ କହି ଲାଭ ଉଠାଇବାକୁ ଚେଷ୍ଟା କରୁଥିବା କ୍ୟାମେରାରେ କଏଦ ହୋଇଥିଲା । ଏହା ସହ ଏକଥା ମଧ୍ୟ ଶକ୍ତି କହୁଥିଲେ ଯେ ଇଣ୍ଡଷ୍ଟ୍ରିରେ ଏମିତି ଆଗରୁ ହୋଇଆସୁଛି । ଆଜି ଯେଉଁ ଅଭିନେତ୍ରୀ ମାନେ ସଫଳତାର ଶୀର୍ଷରେ ପହଂଚିଛନ୍ତି ସମେସ୍ତ କମ୍ପ୍ରମାଇଜ୍ କରି ପହଂଚିଛନ୍ତି ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏପରିକି ଫିଲ୍ମରେ କାମ କରିବା ପାଇଁ ବ୍ୟାନ୍ ମଧ୍ୟ ଲଗାଇଦିଆଯାଇଥିଲା । ଘଟଣା ପରେ ସୁଭାଷ ଘାଇ କହିଥିଲେ ଜଣଙ୍କ ପାଇଁ ପୁରା ଇଣ୍ଡଷ୍ଟ୍ରି ବଦନାମ୍ ହେଉଛି । ତେବେ ଏହି କାଷ୍ଟିଂ କାଉଚ୍ ବିବାଦ ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କ୍ଷମା ମାଗିଥିଲେ ଶକ୍ତି କପୁର । କହିଥିଲେ ମତେ ଷଡଯନ୍ତ୍ର କରି ଫସାଇ ଦିଆଯାଇଛି । ଆଉ ମୋର ବୟାନକୁ ଅଲଗା କରି ଦେଖାଯାଇଛି । କାହାର ମନ ଦୁଃଖ କରିବା ମୋର ଉଦ୍ଦେଶ୍ୟ ନଥିଲା ।

ଏହା ସହ ପଢନ୍ତୁ ଆପଣ ଜାଣିଛନ୍ତି କି ,କରଣଙ୍କ ଡୁପ୍ଲେକେଟ ସୋସିଆଲ ମିଡ଼ିଆରେ ହେଉଛନ୍ତି ଭାଇରାଲ

ଏତିକିରେ ମଧ୍ୟ ଶକ୍ତି ପିଛା ଛାଡି ନଥିଲା ବିବାଦ । ବିଗ୍ ବସ୍ ଘରେ ମିସ୍ ଆଫଗାନିସ୍ତାନ ବିଦା ସମଦଜଇଙ୍କୁ ଅପତ୍ତିଜନକ ଭାବରେ ଛୁଉଁ ଥିବାର କ୍ୟାମେରାରେ କଏଦ୍ ହୋଇଥିଲା । ଏହାକୁ ନେଇ ସଲମାନ୍ କହିଥିଲେ – ମାନିବାକୁ ପଡିବ ବିଗ୍ ବସକୁ । ଶକ୍ତି କପୁର ଭଳି ଲୋକଙ୍କୁ ନିଜ ଘରକୁ ଡାକୁଛନ୍ତି , ଆମେ ତ କେବେ ବି ଡାକିବୁନୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.