କଟକ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସର ବିକ୍ଷୋଭ

କଟକ (କେନ୍ୟୁଜ୍) : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ କଟକ ନଗର କଂଗ୍ରେସର ବିକ୍ଷୋଭ । ବାଲିକୁଦା ଜାତୀୟ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । କଟକ ପୁରୀ ଘାଟ ସ୍ଥିତ କଂଗ୍ରେସ କାର୍ୟ୍ୟାଳୟରୁ ଏକ ବାଇକ୍ ରାଲି ବାଲିକୁଦା ଛକ ପର୍ୟ୍ୟନ୍ତ ଆସିଥିଲା । ଏହା ପରେ ବାଲିକୁଦା ଛକରେ କାର୍ ଓ ବାଇକ୍ ରଖି ଶତାଧିକ କଂଗ୍ରେସ କର୍ମୀ ରାସ୍ତାରୋକ କରିଥିଲେ । ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାୟାର ଜାଳି ଆନ୍ଦୋଳନ କରିଥିଲେ । ବିକ୍ଷୋଭ ବେଳେ ପୋଲିସ ଭ୍ୟାନକୁ ଠେଲାପେଲା କରିବା ସହ ପୋଲିସ ସଡ ଧସ୍ତାଧସ୍ତି ହୋଇଥିଲା । ଜିଏସଟିରେ ପେଟ୍ରୋଲ ଓ ଡିଜେଲକୁ ସାମିଲ କରିବା ପାଇଁ ଦାବି କରିଛି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.