କରୋନା ଭାଇରସ୍‌ ନିୟନ୍ତ୍ରଣ ନ ହେଲେ ବାତିଲ ହୋଇପାରେ ଅଲିମ୍ପିକ୍‌ ଗେମ୍ସ, ୧୨୪ ବର୍ଷର ଇତିହାସରେ ହେବ ଚତୁର୍ଥ ଥର

ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ଆୟୋଜନ ‘ଅଲିମ୍ପିକ୍‌’ ଉପରେ ଏବେ କରୋନା ଭାଇରସ୍‌ର ବିପଦ ମାଡ଼ିରହିଛି। ଟୋକିଓରେ ଆସନ୍ତା ୨୪ ଜୁଲାଇରୁ ୯ ଅଗଷ୍ଟ ପଯ୍ୟର୍ନ୍ତ ହେବାକୁ ଥିବା ଏହି ଗେମ୍ସ କରୋନା ଭାଇରସ୍‌ ଯୋଗୁ ରଦ୍ଦ ହୋଇପାରେ। ଇଣ୍ଟରନ୍ୟାଶନାଲ ଅଲିମ୍ପିକ୍‌ କମିଟି(ଆଇଓସି)ର ଜଣେ ବରିଷ୍ଠ ସଦସ୍ୟ ଡିକ୍‌ ପାଉଣ୍ଡ କହିଛନ୍ତି, ‘ଯଦି ସମୟ ପୂର୍ବରୁ କରୋନା ନିୟନ୍ତ୍ରଣକୁ ନ ଆସେ, ତା’ହେଲେ ଟୋକିଓ ଅଲିମ୍ପିକ୍‌କୁ ରଦ୍ଦ କରିବାକୁ ପଡ଼ିବ। ଆମ ପାଖରେ ଏବେ ୩ ମାସ ସମୟ ଅଛି, ଏହାରି ଭିତରେ ଆମେ ଟୋକିଓ ଅଲିମ୍ପିକ୍‌ର ଭବିଷ୍ୟତ ଉପରେ ନିଷ୍ପତ୍ତି ନେବୁ’।

j1

ସେ ଆହୁରି କହିଥିଲେ ଯେ ମେ’ ଶେଷ ସୁଦ୍ଧା ଆମେ ଗେମ୍ସର ଆୟୋଜନକୁ ନେଇ ନିର୍ଣ୍ଣୟ ନେବୁ। ଯଦି ପରିସ୍ଥିତି ନ ସୁଧୁରେ, ତେବେ ଏହାକୁ ଟାଳି ଦିଆଯିବ, ନଚେତ୍‌ ପରିବର୍ତ୍ତନ କରାଯିବ। ପାଉଣ୍ଡ ଗେମ୍ସ ବାତିଲର ସମ୍ଭାବନାକୁ ନେଇ କହିଥିଲେ, ‘ଆମେ ଏହା କହିପାରିବୁନି ଯେ ଅଲିମ୍ପିକ୍‌ ଗେମ୍ସ ଅକ୍ଟୋବରରେ ଆୟୋଜନ କରିଦେବୁ। କାରଣ, ହୁଏତ ସେହି ସମୟରେ ଆଉ କେଉଁଠି ବଡ଼ ଟୁର୍ନାମେଣ୍ଟ ଚାଲୁଥିବ। ଏତେ ବଡ଼ ଆୟୋଜନର ପ୍ରସ୍ତୁତି ମାତ୍ର ୬ରୁ ୮ ମାସ ଭିତରେ ହୋଇପାରିବ ନାହିଁ’।

ଆଇଓସି ପ୍ରବକ୍ତା କହିବା ଅନୁଯାୟୀ, ଗେମ୍ସର ପ୍ରସ୍ତୁତି ପର୍ବ ଯୋଜନା ଅନୁସାରେ ଚାଲୁଛି। ବାକି ସବୁ କେବଳ ଅଟକଳ ଅଟେ। ଯଦି ଅଲିମ୍ପିକ୍‌ ବାତିଲ ହୋଇଯାଏ, ତେବେ ୧୨୪ ବର୍ଷର ଇତିହାସରେ ଏହା ଚତୁର୍ଥ ଥର ପାଇଁ ଘଟିବ। ପୂର୍ବରୁ ୧୯୧୬, ୧୯୪୦, ୧୯୪୪ ଅଲିମ୍ପିକ୍‌ ବିଶ୍ୱଯୁଦ୍ଧ ପାଇଁ ରଦ୍ଦ ହୋଇଥିଲା।

sa

୨୦୧୧ ସୁନାମି ପରେ କ୍ରୀଡ଼ା ଉପରେ ସବୁଠାରୁ ଅଧିକ ପ୍ରଭାବ

ଜାପାନ ଦ୍ୱିତୀୟ ଦେଶ, ଯେଉଁଠି କରୋନା ଭାଇରସ୍‌ରେ ସବୁଠାରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ଏଠାକାର ଘରୋଇ ଫୁଟବଲ ଟୁର୍ନାମେଣ୍ଟ ଜେ-ଲିଗ୍‌କୁ ମଧ୍ୟ ଆଗାମୀ ମାସ ପଯ୍ୟର୍ନ୍ତ ବାତିଲ କରିଦିଆଯାଇଛି।

Leave A Reply

Your email address will not be published.