ନୂଆଦିଲ୍ଲୀ: କରୋନା ଭାଇରସ୍ ପ୍ରଭାବରେ ଗୁରୁବାର ସେୟାର ମାର୍କେଟରେ ସବୁଠୁ ବଡ଼ ଏତିହାସିକ ହ୍ରାସ ଘଟିଛି । କେବଳ ଭାରତ ନୁହେଁ ଦୁନିଆର ସବୁ ବଜାରର ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚି।
ସାରା ଦିନର କାରବାର ପରେ ବମ୍ବେ ଷ୍ଟକ୍ ଏକ୍ସେଞ୍ଜର ମୁଖ୍ୟ ଇଣ୍ଡେକ୍ସ ସେନ୍ସେକ୍ସ ୨,୯୧୯.୨୬ ବା ୮.୧୮ ପ୍ରତିଶତ ଭିଷଣ ଭାବେ ଖସି ୩୨,୭୭୮.୧୪ରେ ବନ୍ଦ ହୋଇଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସେଞ୍ଜର ନିଫ୍ଟ ୮୨୫.୩୦ ଅର୍ଥାତ୍ ୭.୮୯ ପ୍ରତିଶତ ଖସିବା ପରେ ୯,୬୩୩.୧୦ରେ ଅଟକିଥିଲା । ଫଳରେ ନିବେଶକଙ୍କ ୧୧.୪୨ ଲକ୍ଷ କୋଟି ଟଙ୍କା କ୍ଷତି ଘଟିଛି ।
ସାତ ଦିନରେ ୧୫ ପ୍ରତିଶତ ସେନ୍ସେକ୍ସ ଖସିଛି
ପ୍ରତିଶତ ହିସାବରେ ୨୦୦୮ ପରେ ପ୍ରଥମ ଥର ପାଇଁ କାରବାରରେ ଏଭଳି ହ୍ରାସ ଘଟିଛି । ପିଛିଲା ସାତ ଦିନ ଭିତରେ ସେନ୍ସେକ୍ସ ୧୫ ପ୍ରତିଶତ ତଳକୁ ଖସିଛି । ୨୦୧୭ ପରେ ପ୍ରଥମ ଥର ପାଇଁ ନିଫ୍ଟ ୯,୬୦୦ରୁ ତଳକୁ ଖସିଥିବା ଜଣାପଡ଼ିଛି ।