ଏବେ ଟିକ୍ଟକ୍ର କ୍ରେଜ୍ ଆମ ଦେଶକୁ ପୂରା ଘାଇଲା କରିଛି । ଅଖ୍ୟାତ ପଲ୍ଲୀରୁ ଆରମ୍ଭ କରି ଦିଲ୍ଲୀ ଯାଏ ଯାହା ହାତରେ ମୋବାଇଲ୍ ରହିଛି ସେ ବନି ଯାଉଛି ଟିକ୍ଟକ୍ ଷ୍ଟାର୍ । ତେବେ ଏସବୁ ଭିତରେ ମଧ୍ୟ କିଛି ଟିକ୍ଟକ୍ ଷ୍ଟାର୍ଙ୍କ ଅଲଗା ଖ୍ୟାତି ରହିଛି । ସେମାନଙ୍କ ମଧ୍ୟରେ ଜଣାଶୁଣା ଷ୍ଟାର୍ ହେଉଛନ୍ତି ମଣ୍ଟି ରାୟ । ଯିଏକି ମୁହୂର୍ତ୍ତକ ମଧ୍ୟରେ ପୁଅରୁ ଝିଅ ହୋଇ ଯାଉଛନ୍ତି ।
ମଣ୍ଟି ଦୀର୍ଘ ଦିନ ହେଲା ଟିକ୍ଟକ୍ରେ ବିଭିନ୍ନ ପ୍ରକାର ଅଭିନୟ କରି ଦର୍ଶକଙ୍କୁ ନିକଟତର ହୋଇଛନ୍ତି । ତାଙ୍କର ଅନେକ ଫ୍ୟାନ୍ ବି ଅଛନ୍ତି । ତେବେ ସେମାନଙ୍କ ଭିତରୁ ଅଧିକ ଫ୍ୟାନ୍ ତାଙ୍କର ଝିଅ ରୂପଟିକୁ ପସନ୍ଦ କରିଛନ୍ତି । ସେ ଏତେ ସୁନ୍ଦର ଦେଖା ଯାଛନ୍ତି ଯେ ଆପଣ ଜାଣି ବି ପାରିବେ ନାହିଁ କି ଇଏ ସେଇ ହ୍ୟାଣ୍ଡସମ୍ ପୁଅ ପିଲା ମଣ୍ଟି ବୋଲି ।
ଖାଲି ଟିକ୍ଟକ୍ରେ ନୁହେଁ ବିଭିନ୍ନ ଇଭେଣ୍ଟରେ ମଧ୍ୟ ମଣ୍ଟି ଝିଅ ରୂପ ନେଇ ଆଙ୍କରିଂ କରୁଛନ୍ତି । ଡ୍ୟାନ୍ସ ବି କରୁଛନ୍ତି । ମଣ୍ଟି ଝିଅ ହୋଇ ରଙ୍ଗବତୀ ଡ୍ୟାନ୍ସ ବି କରିଛନ୍ତି ଷ୍ଟେଜ୍ ଉପରେ ।
ଆସନ୍ତୁ ନଜର ପକାଇବା ତାଙ୍କର କିଛି ଝଲକ ଉପରେ ।