ସାମ୍ନାକୁ ଆସିଲା ଓଡିଶାର ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ବୟସ, ଜାଣନ୍ତୁ ତାଙ୍କ ବିଷୟରେ ଆଉ କିଛି ଖବର

ଭୁବନେଶ୍ୱର (କେନ୍ୟୁଜ୍) : ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ। ଗତକାଲି ୧୪ଟି ନମୁନାର ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ଜଣଙ୍କର ପଜିଟିଭ୍ ଆସିଥିଲା। ଏହି ଖବର ଆସିବା ପରେ ସାରା ଓଡିଶାରେ ଏକ ଭୟର ସଞ୍ଚାର ଖେଳି ଯାଇଥିଲା। ସମସ୍ତେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ବୟସ ଏବଂ ସେ କେମିତି ଏଥିରେ ଆକ୍ରାନ୍ତ ହେଲେ।

ତେବେ ଏହି ବିଷୟରେ ସୂଚନା ରହିଛି ଯେ ଏହି ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୧୯ ବର୍ଷ। ସେ ୟୁନାଇଟେଡ୍‌ କିଙ୍ଗଡମ୍‌ (ଲଣ୍ଡନ)ରୁ ୧୮ ତାରିଖ ଦିନ ଫେରିଥିଲେ। ତେବେ ୧୯ ତାରିଖରେ ତାଙ୍କୁ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି। ଏହାସହିତ ସମ୍ପୃକ୍ତି ବ୍ୟକ୍ତିଙ୍କ ପରିବାରକୁ ହୋମ କରେଣ୍ଟାଇନରେ ରଖାଯାଇଛି।

ସୂଚନା ରହିଛି ଯେ ଦ୍ୱିତୀୟ କରୋନା ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ୪୬ ଜଣ ଆସିଥିଲେ। ଏମାନଙ୍କ ମଧ୍ୟରୁ ୪୩ ଜଣଙ୍କ ସହିତ ସମ୍ପର୍କ ହୋଇଥିବାବେଳେ ବାକି ୩ ଜଣଙ୍କ ସହିତ ସମ୍ପର୍କ ହୋଇପାରିନାହିଁ ସେମାନଙ୍କୁ ଖୋଜା ଚାଲିଛି। ସେହିପରି ଇଟାଲୀରୁ ଆସିଥିବା ଯୁବକଙ୍କୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା । ଏବେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ରହିଛି।

Leave A Reply

Your email address will not be published.