2011ରେ ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ଯୁବରାଜ ସିଂ ନିଜ ବାୟୋପିକକୁ ନେଇ ନାଁ ସଜେଷ୍ଟ କରିଛନ୍ତି । ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ କହିବା ହେଲା, ଯଦି ତାଙ୍କର ବାୟୋପିକ ନିର୍ମାଣ ହୁଏ, ତେବେ ସିଦ୍ଧାର୍ଥ ଚତୁର୍ବେଦୀ ଏଥିପାଇଁ ଭଲ ବିକଳ୍ପ ହେବେ । ସେ ଆହୁରି କହିଥିଲେ, ଏହା ନିର୍ଦ୍ଦେଶକଙ୍କ କାମ କି ସେ କାହାକୁ ନେବେ। କିନ୍ତୁ ଯଦି କିଛି ବଲିଉଡ ମୁଭି ତିଆରି ହୁଏ, ତେବେ ମୁଁ ମୋ ଜାଗାରେ ସିଦ୍ଧାର୍ଥଙ୍କୁ ଦେଖିବାକୁ ପସନ୍ଦ କରିବି ବୋଲି ଯୁବରାଜ କହିଥିଲେ । ସୂଚନାଥାଉ କି, ଯୁବରାଜ 2019ରେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ।