କୋରାପୁଟ: ମହିଳା ମାଓବାଦୀ ଆତ୍ମସମର୍ପଣ । ନାରାୟଣପାଟଣା ଏରିଆ କମିଟି ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ସଙ୍ଗୀତା ଓରଫ ତୁଳସୀ ଉଲାକା ଆତ୍ମସମର୍ପଣ କରିଥିବା ଜଣାପଡିଛି । କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ତେବେ ଦୀର୍ଘ ଦିନ ହେବ ସଙ୍ଗୀତାକୁ ଖୋଜାଚାଲିଥିବାବେଳେ ତା ନାରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।