ଏଣିକି ATM ରୁ ଉଠାଇପାରିବେ FD ଟଙ୍କା, ଗ୍ରାହକଙ୍କ ପାଇଁ ସ୍ପେଶାଲ୍ ସେବା ଆଣିଲା SBI

ବ୍ଯାଙ୍କରେ ଫିକ୍ସଡ ଡିପୋଜିଟ୍ କରିବା ସବୁଠାରୁ ଅଧିକ ସୁରକ୍ଷିତ ଏବଂ ଭଲ ଉପାୟ ବୋଲି କୁହାଯାଏ । ସେଥିପାଇଁ ଦେଶରେ ଖୁବ୍ ପ୍ରଚଳିତ ଏଫଡି । କିନ୍ତୁ ଆଜି କାଲିର ବ୍ଯସ୍ତ ବହୁଳ ଜୀବନରେ ବ୍ଯାଙ୍କ୍ ଯାଇ ଏଫଡି କରିବା ପୁଣି ତାକୁ ଭାଙ୍ଗି ଟଙ୍କା ଆଣିବା ଖୁବ୍ କଷ୍ଟ । କିନ୍ତୁ ଏହି ସମସ୍ଯାର ସମାଧାନ ଦେଶର ଆଣିଛି ସବୁଠାରୁ ବଡ଼ ସରକାରୀ ବ୍ଯାଙ୍କ୍ ଏସବିଆଇ । ଏସବିଆଇ ମଲ୍ଟି ଅପସନ୍ ଡିପୋଜିଟ୍ (MOD) ନାମରେ ଏକ ଏଫଡି ସୁବିଧା ଆଣିଛି । ଏହା ମାଧ୍ୟମରେ ଆପଣ ଆପଣଙ୍କ ଆବଶ୍ଯକତା ଅନୁଯାୟୀ ଟଙ୍କା ବାହାର କରିପାରିବେ । ସବୁଠାରୁ ବଡ କଥା ହେଲା ଆପଣ ଏହି ଟଙ୍କା ଏଟିଏମରୁ ମଧ୍ୟ ଉଠାଇପାରିବେ ।

ଏହା ସହ ପଢନ୍ତୁ : SBI ନେଲା ବଡ଼ ନିଷ୍ପତ୍ତି : ଏଣିକି ଆକାଉଂଟରେ କରିପାରିବେ ନାହିଁ ଟଙ୍କା ଡିପୋଜିଟ୍

 

cash

MOD କଣ : ଏହା ଏକ ପ୍ରକାର ଟର୍ମ ଡିପୋଜିଟ୍ । କିନ୍ତୁ ଏହାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହା ଗ୍ରାହକଙ୍କର ସେଭିଙ୍ଗ୍ସ କିମ୍ବା କରେଂଟ୍ ଆକାଉଂଟ୍ ସହ ଲିଙ୍କ୍ ହୋଇଥାଏ । ଏମିତିରେ ଯଦି ଜମାକାରୀ ସେହି ଆକାଉଂଟରୁ ଟଙ୍କା ଉଠାଇବାକୁ ଚାହେଁ ଅଥଚ ସେହି ପରିମାଣ ଆକାଉଂଟରେ ନାହିଁ ତେବେ ଟଙ୍କା MOD ରୁ ଉଠାଇପାରିବେ ।  MODରେ ବି ସେତିକି ସୁଧ ମିଳିଥାଏ ଯାହା ଏସବିଆଇର ଏକ ଏଫଡିରେ ଥାଏ । ଟଙ୍କା ଉଠାଇବା ପରେ ସୁଧ MODରେ ବଳକା ଥିବା ଜମାରାଶି ଉପରେ ମିଳିଥାଏ ।

ଏହା ସହ ପଢନ୍ତୁ ଜିଓର ଆଉ ଏକ ଧମାକା, ମାତ୍ର ୨୯୯ ଟଙ୍କାରେ ମିଳିବ ୩୯୯ ଟଙ୍କିଆ ପ୍ଲାନ୍

 

sbiକେମିତି ଖୋଲିବେ MOD : MOD ଖୋଲିବା ପାଇଁ ହେଲେ ସର୍ବନିମ୍ନ ଜମାରାଶି ୧୦,୦୦୦ ଟଙ୍କା ଆବଶ୍ଯକ । ତେବେ ଏଥିରେ ସର୍ବାଧିକ ଜମାରାଶିର କୌଣସି ପରିମାଣ ନାହିଁ । ଏହାକୁ ୧ ବର୍ଷରୁ ୫ ବର୍ଷ ପର୍ଯ୍ଯନ୍ତ ଅବଧି ପାଇଁ ଖୋଲାଯାଇପାରିବ । ଏଥିରେ ମାଚ୍ଯୁରିଟିର ସମୟ ପୂର୍ବରୁ ଟଙ୍କା ଉଠାଇବା ସୁବିଧା ମଧ୍ୟ ରହିଛି ।

ଲାଭ : ଏଥିରେ ଗ୍ରାହକ ଲୋନ୍ ଏବଂ ନୋମିନେସନ୍ ସୁବିଧାର ଲାଭ ମଧ୍ୟ ଉଠାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.