ଆଜି ମହାବୀର ଜୟନ୍ତୀ, ଜାଣନ୍ତୁ ଭଗବାନଙ୍କ ପ୍ରେରଣାଦାୟୀ ବିଚାର ସମ୍ପର୍କରେ 

ଆଜି ମହାବୀର ଜୟନ୍ତୀ। ପ୍ରତ୍ୟେକ ବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷ ଦିନ ବଡ ଧୁମଧାମରେ ମହାବୀର ଜୟନ୍ତୀ ପାଳନ କରାଯାଏ। ଭଗବାନ ମାହାବିର ଜୈନ ଧର୍ମର ୨୪ତମ ତୀର୍ଥକର ଥିଲେ। ଜୈନ ଧର୍ମର ପୁରାତନ ମାନ୍ୟତା ଅନୁଯାୟୀ, ଭଗବାନ ମହାବୀର ୧୨ବର୍ଷ ପର‌୍ୟ୍ୟନ୍ତ କଠୋର ତପସ୍ୟା କରିଥିଲେ। ଦୀକ୍ଷା ନେବା ପରେ ଭଗବାନ ମହାବୀର ଦିଗମ୍ବର ସ୍ୱୀକାର କରିଥିଲେ। ଦିଗମ୍ବର ଲୋକମାନେ ଆକାଶକୁ ନିଜର ବସ୍ତ୍ର ମାନିଥାନ୍ତି। ଏହି କାରଣରୁ ସେମାନେ ବସ୍ତ୍ର ଧାରଣ କରିନଥାନ୍ତି। ମାନ୍ୟତା ଅନୁଯାୟୀ ଖ୍ରୀଷ୍ଟପୂର୍ବ ୫୯୯ ବର୍ଷ ପୂର୍ବରୁ ବିହାରର କୁଣ୍ଡଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସମାଜର କଲ୍ୟାଣ ପାଇଁ ମହାବୀର ପ୍ରବଚନ ଦେବା ସହ ଅନେକ ପ୍ରେରଣା ଦେବା ଭଳି କଥା କହିଛନ୍ତି। ଆଜି ଦିନରେ ଜୈନ ଲୋକମାନେ ଶୋଭାଯାତ୍ରା ବାହାର କରିବା ସହ ମନ୍ଦିରରେ ପାଲିଙ୍କି ସଜାଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ସ୍ୱାମୀ ମହାବୀରଙ୍କ ଏପରି କିଛି ମହାନ ବିଚାର ବିଷୟରେ କହିବୁ। ଯାହାକୁ ଆପଣ ନିଜ ପରିବାର ସଦସ୍ୟ, ପରିଜନ ଏବଂ ସାଙ୍ଗସାଥିଙ୍କୁ ବୁଝାଇପାରିବେ।

mahabir

-ଭଗବାନ ମହାବୀର କହିଛନ୍ତି ଭଗବାନଙ୍କ ବ୍ୟତୀତ କୌଣସି ଅସ୍ତିତ୍ବ ନାହିଁ। ଯେ କେହି ବି ସଠିକ ମାର୍ଗରେ ସର୍ବୋଚ୍ଚ ପ୍ରୟାସ କରି ଦେବତ୍ୱ ପ୍ରାପ୍ତ କରିପାରିବେ।

-ଭଗବାନ ମହାବୀର କହିଛନ୍ତି ପ୍ରତ୍ୟେକ ଜୀବିତ ପ୍ରାଣୀ ପ୍ରତି ଦୟା ରଖ, ଘୃଣା କରିବା ଦ୍ୱାରା ବିନାଶ ହୋଇଥାଏ।

-ମହାବୀର କହିଛନ୍ତି ପ୍ରତ୍ୟେକ ବ୍ୟକ୍ତି ନିଜ ଦୋଷ ପାଇଁ ଦୁଖୀ ହୋଇଥାନ୍ତି। ଏଥିପାଇଁ ନିଜର ଭୁଲ ସୁଧାରି ପ୍ରସନ୍ନ ହୋଇପାରିବେ।

mahavir-jayanti

-ଏଥିସହ ମହାବୀର କହିଛନ୍ତି ସର୍ବଦା ନିଜ ସହ ଲଢ଼, ବାହାର ଶତ୍ରୁଙ୍କ ସହ ଲଢ଼ିଲେ କଣ ମିଳିବ? ଯିଏ ନିଜ ସହ ଲଢ଼ି ବିଜୟ ଲାଭ କରିଥାଏ ସେହି ବ୍ୟକ୍ତିଙ୍କୁ ଆନନ୍ଦ ପ୍ରାପ୍ତ ହୋଇଥାଏ।

-ଭଗବାନ ଏହାମଧ୍ୟ କହିଛନ୍ତି ନିଜ ଆତ୍ମା ଠାରୁ ଶତ୍ରୁ କିଏ ହୋଇନଥାନ୍ତି। ପ୍ରକୃତ ଶତ୍ରୁ ନିଜ ଭିତରେ ହିଁ ରହିଥାଏ। ସେହି ଶତ୍ରୁ ହେଉଛି କ୍ରୋଧ, ଘମଣ୍ଡ, ଆସକ୍ତି ଏବଂ ଘୃଣା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.