୧୦ କୋଟି ବୃଦ୍ଧ ତଥା ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗୀ କରୋନା କବଳରୁ ବଞ୍ଚିବା ପାଇଁ ରୁହନ୍ତୁ ସତର୍କ

ଲକ୍‍ଡାଉନକୁ ୧୨ ଦିନ ପୁରିଲାଣି । ୧୫ ଏପ୍ରିଲରୁ ଦେଶର ଅନେକ ସ୍ଥାନରୁ ଲକଡାଉନ ସ୍ଥିତିକୁ ଘୁଞ୍ଚାଇବା ପାଇଁ ସରକାର ଯୋଜନା କରୁଥିବା ଚର୍ଚ୍ଚା ଚାଲିଛି । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ସାମାଜିକ ଦୂରତ୍ୱ ନିୟମକୁ ପାଳନ କରିବାକୁ କୁହାଯାଇଛି । ଦେଶରେ ୬୯ କୋଟିରୁ ଉର୍ଦ୍ଧ୍ୱ ଲୋକ ଅଲଗା ରୋଗରେ ପୀଡିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୬୦ କିମ୍ବା ତା ‘ଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ସାମିଲ ।

senior 1

ସମଗ୍ର ବିଶ୍ୱରେ କରୋନା ଭାଇରସ ସବୁଠାରୁ ଅଧିକ ବୟସ୍କ ଏବଂ ପିଲାଙ୍କ ବ୍ୟତୀତ ଡାଇବେଟିଜ, ହାର୍ଟ, ହାଇପରଟେନସନ, କିଡନୀ ରୋଗୀଙ୍କୁ ହେଉଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ୧୬.୬୯ ପ୍ରତିଶତ ଲୋକ ୬୦ ବର୍ଷରୁ ଅଧିକ ରହିଛନ୍ତି । ଏଥିପାଇଁ ଦେଶରେ ୧୦ କୋଟି ବୃଦ୍ଧ, ୭.୭ କୋଟି ଡାଇବେଟିଜ ରୋଗୀ, ୧୧.୩୫ କୋଟି କିଡନୀ ରୋଗୀ ଏବଂ ୪୦ କୋଟି ଉଚ୍ଚ ରକ୍ତଚାପ ରୋଗୀ ରହିଛନ୍ତି । ସଂକ୍ରମଣ ରୋକିବା ପାଇଁ ଏମାନଙ୍କର ଧ୍ୟାନ ନେବା ନିତାନ୍ତ ଜରୁରୀ ।

diabetic

କରୋନା ଭାଇରସ ତୀବ୍ର ଶ୍ୱସନ ସଂକ୍ରମଣ ଯୋଗୁଁ ବେଶୀ ସଂକ୍ରମିତ ହୋଇଥାଏ । ଦେଶରେ ୨୭.୨୧ ପ୍ରତିଶତ ମୃତ୍ୟୁ ତୀବ୍ର ଶ୍ୱସନ ସଂକ୍ରମଣ କାରଣରୁ ହୋଇଛି । ମଧୁମେହ, ଉଚ୍ଚ ରକ୍ତଚାପ, କିଡନୀ ଭଳି ଗମ୍ଭୀର ରୋଗରେ ପୀଡିତ ଥିବା ରୋଗୀଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଏହି ସଂକ୍ରମଣ । ଏହାଛଡା ୦ ରୁ ୮ ବର୍ଷ ପର୍ଯ୍ୟନ୍ତ ପିଲା ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଏହି ରୋଗ ନିଜର ଶିକାର କରୁଛି ।

୭୨,୩୧୪ ରୋଗୀଙ୍କ ଉପରେ ଅଧ୍ୟୟନ ହେବା ପରେ ଚୀନ ବୈଜ୍ଞାନିକଙ୍କୁ ଜଣାପଡିଲା, ଯେ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ରୋଗୀଙ୍କ ପାଇଁ କରୋନା ଭାଇରସ ପ୍ରାଣଘାତୀ । ତେଣୁ ବରିଷ୍ଠ ନାଗରିକଙ୍କ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ । ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଗାଇଡଲାଇନକୁ ସଠିକ ଭାବେ ପାଳନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.