ରାମାୟଣ ଓ ମହାଭାରତ ଶୋ’କୁ ମନେ ପକାଇ ସ୍ମୃତି ତାଜା କଲା ଅମୂଲ୍, ସେୟାର କଲା ସେହି ଜମାନାର କେତେକ Ad Video

ଲକଡାଉନ ସମୟରେ ଏବେ ଲୋକେ ଘରେ ବସି ଟିଭିରେ ରାମାୟଣ ଓ ମହାଭାରତ ଦେଖୁଛନ୍ତି। ସେପଟେ ଏହି ସ୍ମୃତିକୁ ଆହୁରି ତାଜା କରିବା ପାଇଁ ଅମୂଲ ଏକ ନିଆରା ପ୍ରୟାସ କରିଛି। ଅମୂଲ୍ 1980-90 ଦଶକରୁ ନିଜ ବିଜ୍ଞାପନଗୁଡିକର ପୂରା ସିରିଜ ସେୟାର କରିଛି। ଏହି ସବୁ ବିଜ୍ଞାପନ ସେହି ସମୟର, ଯେତେବେଳେ ଦୂରଦର୍ଶନରେ ରାମାୟଣ ଓ ମହାଭାରତ ଚାଲିଥିଲା।

ବ୍ରାଣ୍ଡର ସୋସିଆଲ ମିଡିଆ ହ୍ୟାଣ୍ଡେଲ ପୁରୁଣା ଏବଂ ସ୍ମୃତିଭରା ବିଜ୍ଞାପନଗୁଡିକର ଭିଡ଼ିଓ ସେୟାର କରିଛି। ରବିବାର ସକାଳେ ଅମୂଲ୍ ରାମାୟଣ ଓ ମହାଭାରତର ଫଟୋ ସେୟାର କରି ଆରମ୍ଭ କରିଥିଲା। ଗୋଟିଏ ଫଟୋରେ 10 ମୁଣ୍ଡ ଥିବା ରାବଣ ଏବଂ ଅନ୍ୟଟିରେ କର୍ଣ୍ଣଙ୍କୁ ନଦୀ ପାଖରେ ଦେଖାଇଥିଲା।

ଏହା ସହିତ ଲେଖିଥିଲା, ‘ଲୋକଙ୍କ ଡିମାଣ୍ଡ ଅନୁସାରେ, ଆଜି ଆମେ ଏକ ରେଟ୍ରୋ ମୋଡ଼ରେ ଅଛୁ। 90 ଦଶକର କ୍ଲାସିକ ଅମୂଲ୍ ବିଜ୍ଞାପନଗୁଡିକୁ ଆଜି ଡିଡିରେ ରାମାୟଣ ଓ ମହାଭାରତ ଶୋରେ ଦେଖୁଛୁ’।

ବିଜ୍ଞାପନରେ ଫେମସ ଆଡ ‘ସ୍ୱାଦ ଇଣ୍ଡିଆ କା’ ସାମିଲ ଅଛି । ଗୋଟିଏ ବିଜ୍ଞାପନରେ ଅଶୋକ ଚକ୍ର ପୁରସ୍କାରପ୍ରାପ୍ତ ଦିବଂଗତ ନିରଜା ଭନୋଟଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେ ଜଣେ ସାହସୀ ପ୍ୟାନ ଏମ ଏୟାର ହୋଷ୍ଟେସ ଥିଲେ, ଯାହାଙ୍କୁ 1986ରେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ଏକ ବିମାନରେ ଯାତ୍ରୀମାନଙ୍କୁ ବଞ୍ଚାଇବା ସମୟରେ ମାରି ଦିଆଯାଇଥିଲା।

Leave A Reply

Your email address will not be published.