ଆଜିର ଦିନରେ ସ୍ଥାପନା ହୋଇଥିଲା ବିଜେପି , ଜାଣନ୍ତୁ କିଏ ଥିଲେ ଭାଜପାର ପ୍ରଥମ ଅଧ୍ୟକ୍ଷ 

୧୯୮୦ ମସିହା ଏପ୍ରିଲ ୬ରେ ବିଜେପି ର ସ୍ଥାପନା ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବିଜେପିର ପ୍ରଥମ ଅଧ୍ୟକ୍ଷ ଥିଲେ। ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏଭଳି ପରିସ୍ଥିତିରେ ଦଳରେ ଭରସା ଦେଖାଇବା ପାଇଁ ଦେଶର ଜନତାଙ୍କୁ ଅଭିନନ୍ଦନ ଅରିଛନ୍ତି। ଆସନ୍ତା ବୁଧବାର ଦିନ ଭାଜପାର ନୂଆଦିଲ୍ଲୀ ସ୍ଥିତ ମୁଖ୍ୟଅଳୟରେ ସ୍ଥାପନା ଦିବସ ପାଳନ କରାଯିବ।

modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି, “ଭାଜପାର ସ୍ଥାପନା ଦିବସରେ ଭାଜପା କର୍ମକର୍ତ୍ତାର ପୁରା ପରିବାରକୁ ସମଗ୍ର ଦେଶରେ କରାଯାଇଥିବାକାମ ପାଇଁ ଶୁଭେଚ୍ଛା ଜଣାଉଛି।” ଅନ୍ୟ ଏକ ଟ୍ୱିଟରେ ମୋଦି କହିଛନ୍ତି, ” ଦେଶର ସବୁ ବର୍ଗ ଭାଜପା ଉପରେ ଭରସା ଦେଖାଇବା ଏହା ଗର୍ବର କଥା। ” ୩୭ ବର୍ଷ ପୂର୍ବରୁ ଜନ୍ମ ହୋଇଥିବା ଭାଜପା ଏହି ସମୟରେ ସର୍ବୋତ୍ତମ ସ୍ତରରେ କାର‌୍ୟ୍ୟ କରୁଛି। ଦଳର କେନ୍ଦ୍ର ବ୍ୟତୀତ ୧୭ଟି ରାଜ୍ୟରେ ସରକାର ରହିଛନ୍ତି। ୧ କୋଟି ୨୦ ଲକ୍ଷ ସଦସ୍ୟଙ୍କ ସହ ଦୁନିଆର ସବୁଠାରୁ ବଡ ଦଳ ବୋଲି ଭାଜପା ଦାବି କରିଛି। ୩୭ ବର୍ଷ ଯାତ୍ରାରେ ବାଜପେୟୀଙ୍କ ପରେ ଲାଲକୃଷ୍ଣ ଆଡ଼ଭାନି, ମୁରଲୀ ମନୋହର ଯୋଶୀ, ରାଜନାଥ ସିଂହ, କୁଶା ଭାଓ ଠାକରେ, ବଙ୍ଗାରୁ ଲକ୍ଷ୍ମଣ ଏବଂ ନିତିନ ଗଡ଼କରି ଇତି ଭାଜପା ନେତା ଦଳର ଅଧ୍ୟକ୍ଷ ରହିଛନ୍ତି।

bjp

ସୂଚନା ମୁତାବକ ଶ୍ୟାମା ପ୍ରସାଦ ମୁଖାର୍ଜୀ ଗତ ୧୯୫୧ ମସିହାରେ ଜନସଂଘର ସ୍ଥାପନା କରିଥିଲେ। ୧୯୭୭ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ବିପକ୍ଷରେ ଏକଜୁଟ ଦେଖାଇବା ପାଇଁ ଜନସଂଘର ଜନତା ପାର୍ଟିରେ ବିଲୟ ହୋଇଥିଲା କିନ୍ତୁ ପଛରେ ଜନତା ପାର୍ଟିର ଜନସଂଘ ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟିରୁ ଅଲଗା ଦଳ ଗଠନ କରିଥିଲେ। ୧୯୮୪ ମସିହାରେ ଲୋକସଭା ନିର୍ବାଚନରେ ଭାଜପା ୨ଟି ବିଜୟଲାଭ କରିଥିଲା। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ କେନ୍ଦ୍ରରେ ଲୋକସଭାର ୩୩୦ ରୁ ଅଧିକା ସିଟ ରହିଛି, ଯେଉଁଥିରେ ୨୮୨ଟି ସିଟ କେବେଳ ଭାଜପାର ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.