କରୋନା ଭାଇରସ ଭଳି ଦେଖାଯାଉଥିବା ମିଠା ତିଆରି କରି ବିକ୍ରି କଲେ କୋଲକତାର ଏହି ଦୋକାନୀ, ନାଁ ରଖିଲେ ‘କରୋନା ସନ୍ଦେଶ’

ଗୋଟିଏ ପଟେ ଯେଉଁଠି ପୂରା ଦେଶ କରୋନା ଭାଇରସ ମହାମାରୀକୁ ଡରିକି ରହିଛି, ସେଠି କୋଲକତାର ଜଣେ ମିଠା ଦୋକାନୀ କରୋନା ଭାଇରସ ଭଳି ଦେଖାଯାଉଥିବା ସନ୍ଦେଶ ମିଠା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ପଶ୍ଚିମବଙ୍ଗରେ ରହୁଥିବା ଜଣେ ଯୁବତୀ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏକ ଫଟୋ ସେୟାର କରିଛନ୍ତି।

cr

ଏଥିରେ ସେ କ୍ୟାପସନ ଲେଖିଛନ୍ତି, କିଏ ନିଜ ପିଲାଙ୍କ ନାଁ କରୋନା ଓ କୋଭିଡ ରଖିଥିବା ବେଳେ ଏଠି ଜଣେ ଦୋକାନୀ କରୋନା ଭାଇରସ ଭଳି ଦେଖାଯାଉଥିବା ମିଠା ବିକ୍ରି କରୁଛନ୍ତି।

ଫଟୋ ସେୟାର ହେଉ ହେଉ ଅନେକ ଲୋକ ଏହା ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। କହି ରଖୁଛୁ, ପଶ୍ଚିମବଙ୍ଗ ମିଷ୍ଠାନ୍ନ ବ୍ୟବସାୟୀ ସମିତି ସହ କିଛି ସଙ୍ଗଠନ କ୍ଷୀର ନଷ୍ଟ ହେବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୁହାରି କରିଥିଲେ। ତା’ପରେ ସେମାନଙ୍କୁ କିଛି ସମୟ ପାଇଁ ମିଠା ଦୋକାନ ଖୋଲା ରଖିବାକୁ ଅନୁମତି ମିଳିଥିଲା।

vty

ସରକାର କିଛି ସର୍ତ୍ତ ସହିତ ପ୍ରତିଦିନ 4 ଘଣ୍ଟା ପାଇଁ ଦୋକାନ ଖୋଲା ରଖିବାକୁ ଅନୁମତି ପ୍ରଦାନ କରିଥିଲେ। ଗଣମାଧ୍ୟମର ରିପୋର୍ଟ ମୁତାବକ, ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ କୁହାଯାଇଛି କି, ମିଠା ଦୋକାନ ପ୍ରତିଦିନ 12ଟା ରୁ ଅପରାହ୍ନ 4ଟା ଯାଏ ଖୋଲା ରହିବ।

Leave A Reply

Your email address will not be published.