ଜଣେ ହିନ୍ଦୁ ଟେନିସ ଖେଳାଳିଙ୍କ କଥାରେ ଅନୁପ୍ରାଣିତ ହେଲେ ପାକିସ୍ତାନର ଏହି କ୍ରିକେଟର, ଗରିବ ନିରାଶ୍ରୟାଙ୍କୁ ବାଂଟୁଛନ୍ତି ଖାଦ୍ୟ

ବିଶ୍ୱର ଅନ୍ୟ ଦେଶ ଗୁଡିକ ପରି ପାକିସ୍ତାନରେ ବି କରୋନା ସଂକ୍ରମଣ ଦିନ କୁ ଦିନ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ଏପରି ଏକ ସମୟରେ ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର ସାହିଦି ଆଫ୍ରିଦି ପ୍ରଥମେ ସାହାଯ୍ୟର ହାତ ବଢ଼ାଇଛନ୍ତି । ସେ ନିଜ ସଂସ୍ଥା ‘ସାହିଦି ଆଫ୍ରିଦି ଫାଉଣ୍ଡେସନ’ ଜରିଆରେ ଲୋକଙ୍କୁ ସାହାଯ୍ୟ ଯୋଗାଉଛନ୍ତି । ତାଙ୍କ ସହ ପାକିସ୍ତାନର ଅନ୍ୟ ଖେଳାଳି ମାନେ ବି ସାହାଯ୍ୟର ହାତ ବଢ଼ାଇଛନ୍ତି । # DonateKaroNA ହ୍ୟାସଟ୍ୟାଗ ଜରିଆରେ ଲୋକ ମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି ।

sahid

ପାକିସ୍ତାନର ଜନୈକ ପ୍ରଶିଦ୍ଦ ଖେଳାଳି ଜାହାଙ୍ଗୀର ଖାନ ଓ ସାହିଦୀ ଆଫ୍ରିଦି କୋଭିଡ-19 ମହାମାରୀ ସମୟରେ ଅଳ୍ପ ସଂଖ୍ୟକ ସମୁଦାୟଙ୍କ ପରିବାରକୁ ଖାଦ୍ୟ ସାମଗ୍ରୀ ଓ ନଗଦ ଟଙ୍କା ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି । ପ୍ରକୃତରେ ପ୍ରଥମେ ଜଣେ ହିନ୍ଦୁ ଟେନିସ ଖେଳାଳି ହିଁ ଆଫ୍ରିଦିଙ୍କୁ ଏମିତି କରିବା ପାଇଁ ଉତ୍ସାହିତ କରିଥିଲେ । ଦେଶର ରବୀନ ଦାସ ନାମକ ଜଣେ ଟେନିସ ଖେଳାଳି ‘ସାହିଦ ଆଫ୍ରିଦି ଫାଉଣ୍ଡେସନ’କୁ ରାଷ୍ଟ୍ରର କେତେକ ଅଳ୍ପ ସଂଖ୍ୟକ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ଅପିଲ କରିଥିଲେ ।

ସାହୀଦଙ୍କ ଫାଉଣ୍ଡେସନ ‘ଏସଏଏଫ’ କରାଚୀ ସ୍ପୋର୍ଟ୍ସ ଫୋରମ ସହ ମିଶି ସହରର ନିରାଶ୍ରୟା ତଥା ଗରିବ ଲୋକଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀ ଓ କିଛି ନଗଦ ଟଙ୍କା ବାଣ୍ଟିବା ଆରମ୍ଭ କରିଥିଲେ । ପ୍ରଥମ ସ୍ତରରେ ସେମାନେ ଗରିବ ହିନ୍ଦୁ ଓ ମୁସଲମାନ ପରିବାରଙ୍କୁ ଖାଦ୍ୟ ଯୋଗାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.