ରାଜଧାନୀରେ ଢାବା ମାଲିକଙ୍କୁ ଗୁଳି ମାଡ଼

ଭୁବନେଶ୍ବର(କେନ୍ଯୁଜ୍) : ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ୱର। ଫୁଟିଲା ଗୁଳି। ଖଣ୍ଡିଗିରି କଳିଙ୍ଗ ଷ୍ଟୁଡିଓ ନିକଟରେ ଜଣେ ଢାବା ମାଲିକଙ୍କ ଉପରକୁ ଗୁଳିମାଡ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ ହୋଇଥିବା ଜଣାପଡିଛି। ଆହତ ଢାବା ମାଲିକ ସ୍ମତି ରଞ୍ଜନଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଖୋକା ଜବତ ହୋଇଛି। କମିଶନରେଟ୍‌ ପୋଲିସ ଘଟଣାର ତଦନ୍ତ କରୁଛି। ଅନ୍ଯପଟେ ପାର୍ବଣ ଋତୁ ପୂର୍ବରୁ ଭୁବନେଶ୍ୱରରେ ଏପରି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.