କରୋନା ଭାଇରସ ଯୋଗୁ ପାକିସ୍ତାନର ଏହି ଲୋକପ୍ରିୟ କ୍ରିକେଟରଙ୍କ ମୃତ୍ୟୁ, ୩ ଦିନ ହେଲା ମରଣ ସହ କରୁଥିଲେ ସଂଘର୍ଷ

କରୋନା ଭାଇରସର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ଏହି ମାରାତ୍ମକ ଭାଇରସ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏବେ କରୋନା ମହାମାରୀରେ ଜଣେ ପାକିସ୍ତାନୀ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ମୃତ କ୍ରିକେଟର ହେଲେ ପାକିସ୍ତାନର ପୂର୍ବତନ ଖେଳାଳି ଜାଫର ସରଫରାଜ। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା।

Pakistan's second sports legend Zafar Sarfaraz dies, 7th sports ...

ରିପୋର୍ଟ ମୁତାବକ କରୋନା ସଂକ୍ରମଣର ଶିକାର ହୋଇଥିବା ସରଫରାଜଙ୍କୁ ଗତ ୩ ଦିନ ହେଲା ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା। ମାତ୍ର କରୋନା ଯୁଦ୍ଧରେ ସେ ହାରିଯାଇଛନ୍ତି।

COVID-19: Former Pakistan cricketer Zafar Sarfaraz dead | Cricket ...

ସୂଚନାଯୋଗ୍ୟ ଯେ ସରଫରାଜ ୧୯୮୮ ମସିହାରେ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ୧୫ ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳି ୬୧୬ ରନ ନେଇଥିଲେ ଓ ୬ଟି ଦିନିକିଆ ମ୍ୟାଚରେ ୯୬ ରନ କରିଥିଲେ। ୧୯୯୪ ମସିହାରେ କ୍ରିକେଟରୁ ସନ୍ୟାସ ନେବା ପରେ ସେ ସିନିୟର ଓ ଅଣ୍ଡର ୧୯ ଟିମର କୋଚ୍ ଭାବେ କାମ କରୁଥିଲେ। ତାଙ୍କ ମୃତ୍ୟୁରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.