Below header

ମା’ର ମମତା ଆଗରେ ହାର ମାନିଲା କରୋନା କଟକଣା, ପୁଅର ଦୁର୍ଘଟଣା ଖବର ପାଇ ପାଦରେ ଚାଲି ଚାଲି ପହଁଚିଲେ ସୁନ୍ଦରଗଡ଼ରୁ ଯାଜପୁର

ଯାଜପୁର (କେନ୍ୟୁଜ) : ମା’ର ମମତା ଆଗରେ ହାର ମାନିଲା କରୋନା କଟକଣା । ଲକଡାଉନ ଯୋଗୁ ଗାଡି ମଟର ବନ୍ଦ ଥିବାବେଳେ ପୁଅର ଦୁର୍ଘଟଣା ଖବର ପାଇ ମା’ ଜଣକ ପାଦରେ ଚାଲି ଚାଲି ଯାଜପୁରରେ ପହଂଚିଛନ୍ତି । ମହିଳା ଜଣକ ହେଉଛନ୍ତି ସୁନ୍ଦରଗଡ ଅଂଚଳର ଅଂଜଳି ମିଶ୍ର । ସାଙ୍ଗରେ ପୁଣି ୭ବର୍ଷର ଝିଅ । ପୁଅ କେନ୍ଦୁଝରରେ ରହି ଏକ ସର୍କସପାର୍ଟିରେ କାମ କରୁଥିବା ବେଳେ ତାର ଦୁର୍ଘଟଣା ଖବର ପାଇଥିଲେ ମା’ ଅଂଜଳି । ମା’ ମନ ଆଉ ସମ୍ଭାଳି ନଥିଲା । ସୁନ୍ଦରଗଡରୁ ଚାଲି ଚାଲି କେଉଁଝରରେ ପହଂଚିଥିଲେ । ସେଠାରେ ପୁଅକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଖବର ପାଇଁ ସାଙ୍ଗରେ ଝିଅକୁ ଧରିପାଦରେ ଚାଲି ଚାଲି ଯାକପୁରରେ ପହଂଚିଥିଲେ ।

LADY

ବାରବାଟୀ ଛକ ନିକଟରେ ଅତି ଦୟନୀୟ ଅବସ୍ଥାରେ ପଡିଥିବା ଖବର ପାଇ ଜାରକା ଅଂଶୁମାନ ଟ୍ରଷ୍ଟର ସଦସ୍ୟମାନେ
ସେଠାରେ ପହଂଚିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ସେମାନଙ୍କୁ ଖାଦ୍ୟ ଦେବା ସହ ଧର୍ମଶାଳା ତହସିଲଦାରଙ୍କୁ ଏସଂପର୍କରେ ଜଣାଇଥିଲେ ଟ୍ରଷ୍ଟର ସଂପାଦକ ହିମାଂଶୁ ଶେଖର ସାହୁ । ପରେ ତହସିଲଦାରଙ୍କ ଅନୁମତିକ୍ରମେ ଟ୍ରଷ୍ଟ ସଂପାଦକ ଶ୍ରୀ ସାହୁ ନିଜ ଗାଡିରେ ଅଂଜଳି ଓ ତାଙ୍କ ଛୋଟ ଝିଅକୁ କଟକ ପଠାଇବାର ବ୍ୟବସ୍ଥା କରିଥିଲେ । ତେବେ ଟ୍ରଷ୍ଟର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

LADY-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.