ପ୍ରଧାନମନ୍ତ୍ରୀଙ୍କ ଲକ ଡାଉନ ଅବଧି ବୃଦ୍ଧିକୁ ପ୍ରଶଂସା କଲା “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ”

ମହାମାରୀ କରୋନା ସହିତ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ ଡାଉନ ଅବଧିକୁ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ପିଏମ ମୋଦିଙ୍କ ଏହି ନିଷ୍ପତ୍ତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଖୁବ ପ୍ରଶଂସା କରାଯାଇଛି । ଭାରତ ସରକାରଙ୍କ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ କରୋନା ସଂକ୍ରମଣ ହ୍ରାସ କରିବାରେ ଖୁବ ସହାୟତା କରିବ ବୋଲି ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ ନିର୍ଦ୍ଦେଶକ ଡଃ ପୁନମ କ୍ଷେତ୍ରପାଳ । କହି ରଖିବା ଉଚିତ ହେବକି, ପ୍ରଧନମନ୍ତ୍ରୀ ଗତ ମାର୍ଚ୍ଚ ୨୫ ତାରିଖରେ ୨୧ ଦିନ ପର୍ଯ୍ୟନ୍ତ ଜାରି କରିଥିବା ଲକ ଡାଉନ ଅବଧିକୁ ବଢ଼ାଇ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏବାବଦରେ ଆଜି ସକାଳ ୧୦ଟା ସମୟରେ ଦେଶ ବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦବୋଧନରେ ହିଁ ଘୋଷଣା କରିଛନ୍ତି ।

How to Reform the Ailing World Health Organization | Council on ...

ଲକ ଡାଉନ ଅବଧି ବୃଦ୍ଧି ଦେଶରେ ସଂକ୍ରମିତ ସଂଖ୍ୟା କେତେ ଦୂର କମାଇବା ସେ ବାବଦରେ ଏବେଠୁ କହିବା କଷ୍ଟକର । କିନ୍ତୁ ଲୋକଙ୍କ ଭିତରେ ସାମାଜିକ ଦୂରତା ରକ୍ଷା କରିବାରେ ଦେଶରେ ଜାରି ହୋଇଥିବା ୬ ସପ୍ତାହର ଲକ ଡାଉନ ନିଶ୍ଚିତ ରୂପେ ଫଳପ୍ରଦ ହେବ । ଡଃ ସିଂହ ଆହୁରି ମଧ୍ୟ କହିଛନ୍ତିକି, ଭାରତ ଏହି ମାରାତ୍ମକ ମହାମାରୀଙ୍କୁ ପରାସ୍ତ କରିବା ପାଇଁ ସମ୍ପୂର୍ଣ ପ୍ରତିବଦ୍ଧତାର ସହ ଆଗେଇ ଚାଲିଛି ।ଏପରି ଏକ ଘଡ଼ିସନ୍ଧି ମୁହୂତ୍ତରେ ଦେଶର ପ୍ରତ୍ଵକ ବ୍ୟକ୍ତି ଆଗକୁ ବଢିବା ଆବଶ୍ୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.