OYO Rooms କର୍ମଚାରୀମାନଙ୍କ ଦରମାରେ କାଟିବ 25% ଅଂଶ, କିଛି ଜଣଙ୍କୁ 4 ମାସ ପାଇଁ ପଠାଇଲା ଛୁଟିରେ

କୋଭିଡ-19 ମହାମାରୀର ପ୍ରକୋପକୁ ରୋକିବା ପାଇଁ ଜାରି ଲକଡାଉନରେ ହୋଟେଲ ଶିଳ୍ପ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଦେଶର ବଡ଼ ହୋଟେଲ ଚେନ କମ୍ପାନୀ ‘ଓୟୋ ରୁମ୍ସ’ ଭାରତରେ ସମସ୍ତ କର୍ମଚାରୀଙ୍କ ଦରମାରେ 25 ପ୍ରତିଶତ ହ୍ରାସ କରିବା ନେଇ ଘୋଷଣା କରିଛି। ଏହି କାଟ ଏପ୍ରିଲରୁ ଆଗାମୀ 4 ମାସ ଯାଏ ଚାଲିବ। ଏହାସହିତ କମ୍ପାନୀ ନିଜର କିଛି କର୍ମଚାରୀଙ୍କୁ ଲିମିଟେଡ ବେନିଫିଟସ ସହ ଛୁଟିରେ ପଠାଇ ଦେଇଛି।

କହି ରଖୁଛୁ, ଓୟୋ ଆମେରିକାରେ ମାର୍ଚ୍ଚ ଅଧାରୁ ଏ ପର୍ଯ୍ୟନ୍ତ ସେଲସ, ବିଜିନେସ ଡେଭେଲପମେଣ୍ଟ ଏବଂ ‘HR’ ପଦରେ ଛଟେଇ କରିଥିଲା। କର୍ମଚାରୀମାନଙ୍କୁ ଏପ୍ରିଲ ପ୍ରଥମ ସପ୍ତାହରୁ ଚାକିରିରୁ ବାହାର କରାଯାଇଥିଲା। ଓୟୋର ସିଇଓ ରୋହିତ କପୁର କର୍ମଚାରୀମାନଙ୍କୁ କରିଥିବା ଇମେଲରେ କହିଛନ୍ତି, ‘କମ୍ପାନୀ ଭାରତରେ କର୍ମଚାରୀମାନଙ୍କ ଦରମାରେ 25 ପ୍ରତିଶତ କାଟ କରିବ। ଦରମା କାଟର ପ୍ରଭାବ ବର୍ଷକୁ 5 ଲକ୍ଷରୁ କମ ରୋଜଗାର କରୁଥିବା କର୍ମଚାରୀମାନଙ୍କ ଉପରେ ରହିବ ନାହିଁ’।

4

ସେ ଆହୁରି କହିଥିଲେ, ‘କିଛି କର୍ମଚାରୀଙ୍କୁ 4 ମେ’ରୁ 4 ମାସ ପାଇଁ ଛୁଟିରେ ପଠାଯିବ। ଛୁଟିରେ ଯିବାକୁ ଥିବା କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ବୀମା, ବ୍ୟକ୍ତିଗତ ବୀମା, ସ୍କୁଲ ଫିସ ରିମ୍ବର୍ସମେଣ୍ଟର ସୁବିଧା ଜାରି ରହିବ। କେବଳ ଏତିକି ନୁହେଁ, ଯଦି କିଛି ଅପ୍ରତ୍ୟାଶିତ ମେଡିକାଲ ଏମରଜେନ୍ସିର ସ୍ଥିତି କୌଣସି କର୍ମଚାରୀଙ୍କ କ୍ଷେତ୍ରରେ ଆସିବ, ତା’ ହେଲେ ମେଡିକାଲ ବୀମା ଛଡ଼ା ଅନ୍ୟାନ୍ୟ ସାହାଯ୍ୟ ବି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.