ଦଣ୍ଡ ପରେ ବି ମାନିଲେନି କାନପୁରବାସୀ ତ ରାସ୍ତାରେ ଛିଡା କରାଇ ପୋଲିସ ନେଲା ଆଳତି, ଚଢାଇଲା କଦଳୀ ଭୋଗ

ଉତ୍ତର ପ୍ରଦେଶର କାନପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଲକଡାଉନ ପାଳନ କରିବା ପାଇଁ ପୋଲିସ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି। ତଥାପି ଲୋକେ ଲକଡାଉନର ଗମ୍ଭୀରତାକୁ ବୁଝିବା ପାଇଁ ପ୍ରସ୍ତୁତ ନାହାନ୍ତି, ଯାହାଫଳରେ ଲଗାତାର ଲକଡାଉନକୁ ଉଲ୍ଲଂଘନ କରୁଥିବା ନଜର ଆସୁଛନ୍ତି। ଏହାକୁ ନେଇ ସମସ୍ୟାରେ ପଡୁଥିବା ପୋଲିସ ଏବେ ନୂଆ ପ୍ରକାରର ପଦକ୍ଷେପ ଗ୍ରହଣ କରିଛି।

କିଦବଇ ନଗର ଥାନା ପୋଲିସ ଗୋଶାଳା ଚୌରାହାରେ ଚେକିଂ ଅଭିଯାନ ଚଲାଇଛି। ଏହି ସମୟରେ ରାସ୍ତାରେ ବିନା କାରଣରେ ବୁଲୁଥିବା ଲୋକଙ୍କୁ ଫୁଲମାଳା ଚଢାଇ ମନ୍ତ୍ର ଉଚ୍ଚାରଣ  ସହ ଆଳତି କରୁଛି। ସେହିପରି ସମସ୍ତ ଲୋକଙ୍କ ଉପରେ ଗୋଟିଏ ଗୋଟିଏ କଦଳୀ ଭୋଗ ଚଢାଇ ଅର୍ପଣ କରୁଛି। ଏଥିରେ ପୋଲିସର ଆଶା ରହିଛି କି, ଲୋକେ ଏପରି ଭୁଲ ଆଉଥରେ କରିବେ ନାହିଁ ଏବଂ ଘରେ ହିଁ ରହିବେ।

i

ପୋଲିସ ଏହି ଅଭିଯାନରେ ଲୋକଙ୍କ ଆଳତି ନେଇ ଲଜ୍ଜିତ କରାଇଛି ଏବଂ ସେମାନଙ୍କୁ ଘରେ ରହିବା ପାଇଁ ଅପିଲ ମଧ୍ୟ କରିଛି। ସେଠି ଫଜଲଗଞ୍ଜ ଥାନା ଅଞ୍ଚଳରେ ପୋଲିସ ଲକଡାଉନ ଉଲ୍ଲଂଘନ କରିଥିବା ଲୋକଙ୍କୁ କୁକୁଡ଼ା ବନାଇ ଦେଇଥିଲା। କେବଳ ଏତିକି ନୁହେଁ, କିଛି ଜାଗାରେ ପୋଲିସ ଲୋକଙ୍କ ଦୁଇ ହାତ ଉଠାଇ ଖରାରେ ଛିଡା କରାଇ ଦେଇଥିବା ବେଳେ ଆଉ କିଛି ଜାଗାରେ ପାଖାପାଖି 100 ଲୋକଙ୍କୁ ଯୋଗ କରେଇଥିଲା। ଏହାଛଡ଼ା ଗାଡି ଚକାଗୁଡିକୁ ପମ୍ପଚର ବି କରିଦେଇଥିଲା।

Leave A Reply

Your email address will not be published.