୧୯୯୧ ମସିହା ମେ ମାସ ୫ ତାରିଖରୁ “ବିଶ୍ୱ ଧାଈ ଦିବସ” ବା ” ଆନ୍ତଜାତୀୟ ମିଡ଼ୱାଇଫ ଡ଼େ” ଭାବେ ପାଳନ ହୋଇଆସୁଛି । ବିଶ୍ୱବ୍ୟାପୀ ପ୍ରାୟ ୫୦ ଗୋଟି ଦେଶ ଏହି ବିଶେଷ ଦିନ ଟିକୁ ପାଳନ କରିଥାନ୍ତି । କହିରଖିବା ଉଚିତ ହେବକି, ପ୍ରସବ ସମୟରେ ମା’ ଓ ଶିଶୁର ବିଶେଷ ଧ୍ୟାନ ଏହି ଧାଈ ବା ମିଡ଼ୱାଇଫ ମାନେ ହିଁ ରଖିଥାନ୍ତି । ପ୍ରଥମେ ୧୯୮୭ ମସିହା ନେଦରଲ୍ୟାଣ୍ଡ ଠାରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଏହି ଦିନକୁ ପୃଥିବୀର ସମସ୍ତ ଧାଈ ମାନଙ୍କ ଉଦ୍ଦେଶ୍ୟରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ବର୍ଷ ଆଇସିଏମ ତରଫରୁ ହିଁ ଏହି ଦିନଟିକୁ ପାଳନ କରାଯାଇଥାଏ । ଚଳିତ ବର୍ଷ ଆଇସିଏମ ତରଫରୁ ଏହାର ଥିମ ରଖାଯାଇଛିଯେ, “Midwives with women: celebrate, demonstrate,mobilise,unite-our time is NOW!”