ଗୁଜରାଟ: ଲକଡାଉନରେ PPE ସୁଟ ପିନ୍ଧି ଚୁଟି କାଟୁଛନ୍ତି ଭଣ୍ଡାରୀ, ଚୌକିରେ ବସିବା ପୂର୍ବରୁ ଗ୍ରାହକଙ୍କୁ କରିବାକୁ ପଡୁଛି ଏମିତି କିଛି

କରୋନା ମହାମାରୀ ଆମ ଜୀବନଶୈଳୀ ଉପରେ ବହୁତ ପ୍ରଭାବ ପକାଇଛି। ଏଥିରୁ ବଞ୍ଚିବା ପାଇଁ ଲୋକେ କେତେ କ’ଣ ଉପାୟ ଆପଣାଉଛନ୍ତି। ଏମିତି ଏକ ଦୃଶ୍ୟ ଗୁଜରାଟର ନଦିଆଦରେ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ, ସେଥିପାଇଁ ଏଠାକାର ଏକ ସେଲୁନର କର୍ମଚାରୀମାନେ PPE ଶୁଟ ପିନ୍ଧି ଗ୍ରାହକଙ୍କ ଚୁଟି କାଟୁଛନ୍ତି।

ଗୁଜରାଟର ନଦିଆଦ ଏବେ ଗ୍ରୀନ ଜୋନରେ ଥିବାରୁ ଏଠାରେ ସେଲୁନ ଖୋଲିବା ପାଇଁ ଅନୁମତି ମିଳିଛି। କିନ୍ତୁ କରୋନା ମହାମାରୀ ଯୋଗୁ ସାବଧାନତା ଅବଲମ୍ବନ କରିବା ବି ଜରୁରୀ ହୋଇପଡ଼ିଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ଜୀବନ, ଜୀବିକା ଉଭୟ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେଲୁନ ମାଲିକ ଗ୍ରାହକ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

photo courtesy: ANI

4

ଏଠାକୁ ଆସୁଥିବା ଗ୍ରାହକମାନଙ୍କୁ ପ୍ରଥମେ ଭଲ ଭାବେ ସାନିଟାଇଜ କରାଯାଇଥାଏ। ହାତକୁ ସାନିଟାଇଜରରେ ସଫା କରାଯାଏ। ଚେୟାରରେ ବସିବା ପୂର୍ବରୁ ଗୋଡ଼ରେ ଡିସ୍ପୋସେବଲ ମୋଜା ପିନ୍ଧାଯାଏ। କେବଳ ଏତିକି ନୁହେଁ, ଏକ ଡିସ୍ପୋସେବଲ କପଡ଼ାରେ ତାଙ୍କର ପୂରା ଶରୀରକୁ ଢାଙ୍କି ଦିଆଯାଇଥାଏ।

ଚୁଟି କଟା ସରିବା ପରେ ସେହି ମୋଜା ଏବଂ କପଡ଼ାକୁ ଡିସ୍ପୋଜ କରାଯାଏ। ପ୍ରତ୍ୟେକ ନୂଆ ଗ୍ରାହକଙ୍କୁ ଗୋଟିଏ ସେଟ ହିଁ ପିନ୍ଧାଯାଇଥାଏ। ଯେଉଁ PPE କିଟକୁ କର୍ମଚାରୀମାନେ ପିନ୍ଧନ୍ତି, ତାକୁ ମଧ୍ୟ ପ୍ରତ୍ୟେକ ଦିନ ବଦଳାଯାଇଥାଏ। ଏହିଭଳି ଭାବେ ସେଲୁନ ନିଜ ଗ୍ରାହକ ଏବଂ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛି। କରୋନା ମହାମାରୀ ଭିତରେ ବି ଏହା ନିଜ ଜୀବିକାକୁ ଏକ ଭିନ୍ନ ଉପାୟରେ ଚଲାଉଛି।

Leave A Reply

Your email address will not be published.