ଦମଦାର ଫିଚର୍ସ ସହ ଆସନ୍ତା ସପ୍ତାହରେ ଲଞ୍ଚ ହେବ Honor V6 5G ଟ୍ୟାବଲେଟ, ଜାଣନ୍ତୁ ଏହାର ଫିଚର୍ସ, ଦାମ ଓ ସ୍ପେସିଫିକେସନ

ପ୍ରସିଦ୍ଧ ଟେକ କମ୍ପାନୀ ହନର ନିଜ ସ୍ପେଶାଲ ଟ୍ୟାବଲେଟ Honor V6 5G କୁ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି । ଏହି ଟ୍ୟାବଲେଟକୁ ନେଇ କମ୍ପାନୀ ତରଫରୁ ବିଭିନ୍ନ ସୋସିଆଲ ମିଡିଆରେ ଟିଜର ଜାରି କରାଯାଇଛି । ରିଲିଜ ହୋଇଥିବା ଟିଜର ଅନୁଯାୟୀ, ଏହି ହନର କମ୍ପାନୀ ନିର୍ମିତ ଏହି ଟ୍ୟାବଲେଟ ଆସନ୍ତା ମେ 18ରେ ବିଶ୍ୱସ୍ତରୀୟ ଭାବେ ଲଂଚ କରିବା ନେଇ କମ୍ପାନୀ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହା ବାଦ କମ୍ପାନୀ ଏହି Honor X 10 ଓ Honor X 10 Proକୁ ବି ଖୁବ ଶୀଘ୍ର ଲଞ୍ଚ କରିପାରେ ।

ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ ଏହି ଟ୍ୟାବଲେଟକୁ 5ଜି ଓ ୱାଇ-ଫାଇ 6 କନେକ୍ଟିଭିଟି ସହ ବଜାରରେ ଲଞ୍ଚ କରିବ । ଏହାବାଦ ୟୁଜର୍ସ ମାନଙ୍କୁ ଏହି ଟ୍ୟାବଲେଟର ଫ୍ରଣ୍ଟରେ ସାଇଡ ଫ୍ରଣ୍ଟ କ୍ୟାମେରା ସୁବିଧା ମିଳିପାରିବ । ଏହା ସହ ଭଲ ପରଫରମାନ୍ସ ପାଇଁ ଏହି ଟ୍ୟାବଲେଟ ଟିରେ ଗ୍ରାହକଙ୍କୁ କିରିନ 5ଜି ପ୍ରୋସେସର ସପୋର୍ଟ ମଧ୍ୟ ମିଳିପାରିବ । ଏହାର ମୂଲ୍ୟ ବାବଦରେ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । କମ୍ପାନୀ ନିଜ ଏହି ଟ୍ୟାବଲେଟରେ 40 ମେଗାପିକ୍ସଲର କ୍ୟାମେରା, କିରିନ 820 5ଜି ପ୍ରୋସେସର ସମେତ ୪,୨୦୦ ଏମଏଏଚ ବ୍ୟାଟେରୀ ପରି ସୁବିଧା ମାନ ମିଳିପାରିବ ।

Leave A Reply

Your email address will not be published.