Below header

ବହୁତ ଜଲଦି ଚାଲିବ ଦିଲ୍ଲୀ ମେଟ୍ରୋ ଟ୍ରେନ, କିନ୍ତୁ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ

ରାଜଧାନୀର ଗର୍ବ ଏବଂ ଲାଇଫଲାଇନ ଦିଲ୍ଲୀ ମେଟ୍ରୋ ସେବା ବହୁତ ଜଲ୍ଦି ଆରମ୍ଭ ହେବାକୁ ଯାଉଛି। ଆପଣ ଅନେକ ଦିନ ଧରି ମେଟ୍ରୋ ଟ୍ରେନ ଚାଲିବାକୁ ନେଇ ଖବର ପଢି ଆସୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଉଛୁ ବହୁତ ଶୀଘ୍ର ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ ହେବ।

ଯାତ୍ରୀଙ୍କୁ ନୂଆ ଢଙ୍ଗରେ ସ୍ୱାଗତ କରିବାକୁ କରାଯାଉଛି ପ୍ରସ୍ତୁତି

ଦିଲ୍ଲୀ ମେଟ୍ରୋ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୁଜ ଦୟାଲ କହିଛନ୍ତି ଯେ ଦିଲ୍ଲୀ ମେଟ୍ରୋ ରେଳ ସେବା ଆରମ୍ଭ ହେବା ପାଇଁ ଏବେ ଆଦେଶ ଦିଆଯାଇନାହିଁ। କିନ୍ତୁ ବହୁତ ଜଲ୍ଦି ଦିଲ୍ଲୀ ମେଟ୍ରୋରେ ଲକଡାଉନ ପରେ ରେଳ ଗଡ଼ିବା ନେଇ ବହୁତ ଜୋର ସୋରରେ କାମ ଆରମ୍ଭ ହୋଇଗଲାଣି। ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ଦିଲ୍ଲୀ ମେଟ୍ରୋରେ ୨୬୪ ଷ୍ଟେସନ, ୨୨୦୦ ମେଟ୍ରୋ କୋଚ୍, ୧୧୦୦ ସ୍ୱୟଂ ଚଳିତ ସିଡ଼ି ଏବଂ ୧୦୦୦ ସିଡ଼ିରେ ସଫେଇ କାମ ଆରମ୍ଭ ହୋଇସାରିଛି।

ଫଲୋ କରିବାକୁ ପଡିବ ନୂଆ ନିୟମ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲକଡାଉନ ପରେ ମେଟ୍ରୋରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ବିଲକୁଲ ନୂଆ ପ୍ରଣାଳୀରେ ନିୟମର ପାଳନ କରିବାକୁ ହେବ। ମେଟ୍ରୋ ଟ୍ରେନ ଯାତ୍ରା ପୂର୍ବ ଭଳି ରହିବନାହି କାରଣ ଏହାର ବାହାର ଏବଂ ଭିତର ଉଭୟ ସ୍ଥାନରେ ସୋସିଆଲ ଡିସଟାନ୍ସ ମାନକ କରାଯାଉଛି। ମେଟ୍ରୋ ଭିତରେ ବସିବା ସମୟରେ ମଧ୍ୟ ଦୂରତା ଉପରେ ଧ୍ୟାନ ରଖିବାକୁ ହେବ। ସିଟ ଗୁଡିକରେ ନୂଆ ଷ୍ଟିକର ଲଗାଯାଉଛି ଯାହାଦ୍ୱାରା ବସିବା ସମୟରେ ସାମାଜିକ ଦୂରତା ରହିପାରିବ। ଏହାଛଡା ମେଟ୍ରୋରେ ପୂର୍ବ ଅପେକ୍ଷା ୫୦% କମ ଲୋକ ଯାତ୍ରା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.