Below header

ଅଳିଆ ଜାଗାରେ ଛୁଆକୁ ଡଷ୍ଟବିନରେ ପକାଇ ଦେଇ ଆସିଲେ ମହିଳା, Video ସେୟାର କରି ହରଭଜନ ସିଂ କହିଲେ, ‘ଏମିତି କେବଳ ଧବନ ହିଁ କରିପାରିବେ’

ଟିମ ଇଣ୍ଡିଆର ଶାନଦାର ସ୍ପିନର ହରଭଜନ ସିଂ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି। ନିକଟରେ ସେ ଏମିତି ଏକ ଭିଡ଼ିଓ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ। ହରଭଜନ ଏହି ଭିଡ଼ିଓରେ ଶିଖର ଧବନଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଜଣେ ମହିଳା ତାଙ୍କ ଛୁଆକୁ ଧରି ଅଳିଆ ଫିଙ୍ଗିବାକୁ ଯାଇଥିଲେ। କିନ୍ତୁ ସେ ଅଳିଆ ବଦଳରେ ଛୁଆଟିକୁ ହିଁ ଡଷ୍ଟବିନରେ ଭର୍ତ୍ତି କରି ଚାଲିଆସିଥିଲେ। ପରେ ତାଙ୍କୁ ମନେ ପଡ଼ିଯିବାରୁ ସେ ଛୁଆକୁ ଆଣିବାକୁ ଯାଇଥିଲେ।

 

View this post on Instagram

 

Hadh hai 😂😂 jattaaa this reminds me of you @shikhardofficial tag ur friend who is like this 😂

A post shared by Harbhajan Turbanator Singh (@harbhajan3) on

ଭଜି ଏହି ମଜାଦାର ଭିଡ଼ିଓ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ସୀମା ଅଛି। ମୋତେ ଏହା ଦେଖି ଶିଖର ଧବନଙ୍କ କଥା ମନେ ପଡ଼ିଗଲା। ନିଜ ସାଙ୍ଗଙ୍କୁ ଟ୍ୟାଗ କରନ୍ତୁ, ଯିଏ ଏମିତି କରିପାରିବେ’। ଏଥିରେ ଶିଖର ଧବନ ମଧ୍ୟ ମଜାଳିଆ କମେଣ୍ଟ ଦେଇଛନ୍ତି। ଟିମ ଇଣ୍ଡିଆର ‘ଗବ୍ବର’ କୁହାଯାଉଥିବା ଏହି ଖେଳାଳି ଲେଖିଥିଲେ, ‘ମାଲିକ ହାତ ଯୋଡୁଛି, ଏମିତି ମୋ ଅବସ୍ଥାକୁ ଖରାପ କରିଦେବ’।

ଏଭଳି ଉତ୍ତର ଶୁଣି ଭଜି ହସି ହସି ଗଡିଯାଇଥିଲେ। ଭିଡ଼ିଓଟିକୁ ସେ 14 ମେ’ରେ ସେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ 55 ହଜାରରୁ ଅଧିକ ଭିୟୁ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.