ଚାନ୍ଦବାଲି ସିନେମା ବଜାର ନିକଟରେ ଗ୍ୟାସ୍ ଲିକ୍ ହୋଇ ଭୟାବହ ଅଗ୍ନିକାଣ୍ଡ, ୮ଟି ପରିବାରର ୧୦ବଖରା ଘର ପୋଡି ପାଉଁଶ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ସିନେମା ବଜାର ନିକଟରେ ଅଗ୍ନିକାଣ୍ଡରେ ୮ଟି ପରିବାରର ୧୦ବଖରା ଘର ପୋଡିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ। ସୂଚନା ଅନୁସାରେ, ଗୀତରାଣୀ ନାମକ ଜଣେ ମହିଳା ମଧ୍ୟାନ୍ନରେ ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ହଠାତ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ପାଖ ୮ଟି ପରିବାରକୁ ନିଆଁ ମାଡ଼ି ଯାଇଥିଲା।

fire breakoutଉଦୁଉଦିଆ ଖରା ସାଙ୍ଗକୁ ନିଆଁର ତାପରେ ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପରେ ଚାନ୍ଦବାଲି ଦମକଳ ବାହିନୀର ୨ଟି ଗାଡ଼ି ପହଁଚି ନିଆଁକୁ ଆୟତ୍ତ କରିଥିଲା। ପାଖରେ ବଜାର ଥିବାରୁ ୨ଟି ଦୋକାନକୁ ମଧ୍ୟ ଆଂଶିକ ନିଆଁ ଲାଗିଯାଇଥିଲା। ଅଗ୍ନି ବିପନ୍ନ ହେଲେ ସେକ୍ ହେଦା,ସେକ୍ ଇସଲାମ୍। ତେବେ ଘଟଣା ସ୍ଥଳରେ ଚାନ୍ଦବାଲି ଅତିରିକ୍ତ ତହସିଲଦାର ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.