ଆଫ୍ରିଦିଙ୍କୁ କଡ଼ା ଜବାବ ଦେଲେ ଗମ୍ଭୀର: କହିଲେ ‘ମରିବା ପର୍ଯ୍ୟନ୍ତ ମଧ୍ୟ କାଶ୍ମୀର ମିଳିବ ନାହିଁ, ବାଲାଂଦେଶ ଭୁଲି ଗଲ କି ’?

ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ଭାରତୀୟ ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି। କେବଳ ସେତିକି ନୁହେଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସେନା ମୁଖ୍ୟ ଜେନେରାଲ କମର ବାଜଓ୍ଵାଙ୍କ ସମେତ ଆଫ୍ରିଦିଙ୍କୁ ଜୋକର ବୋଲି କହିଛନ୍ତି।

gambhir

ଆଫ୍ରିଦିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୀରୁ ବୋଲି ଏହି ଭିଡିଓରେ କହୂୁଥିବାର ଲକ୍ଷ୍ୟ କରାଯାଇଥିଲା। ଏହାକୁ ମଧ୍ୟ ବହୁତ ଲୋକ ସେୟାର କରିଥିଲେ। ଏବେ ଗମ୍ଭୀର ଟୁଇଟ କରି ନିଜ ଶୈଳୀରେ ଏହାକର ଜବାବ ରଖିଛନ୍ତି। ପାକିସ୍ତାନ ପାଖରେ ୭ ଲକ୍ଷ ସୈନ୍ୟ ରହିଛନ୍ତି ଓ ତାଙ୍କ ପଛରେ ୨୦ କୋଟି ଲୋକ ରହିଛନ୍ତି ବୋଲି ଆଫ୍ରିଦି କହିଛନ୍ତି। ତଥାପି ଏମାନେ ୭୦ ବର୍ଷ ହେବ କାଶ୍ମୀର ପାଇଁ ଭିକ୍ଷା ମାଗୁଛନ୍ତି। ଆଫ୍ରିଦି, ଇମ୍ରାନ, ବାଜଓ୍ଵାଙ୍କ ଭଳି ଜୋକର ମୋଦିଙ୍କୁ ଗାଳି ଦେଇ ପାକିସ୍ତାନ ଲୋକଙ୍କୁ ବୋକା ବନାଉଛନ୍ତି। କିନ୍ତୁ କାଶ୍ମୀର ମିଳିବା ବହୁ ଦୂରର କଥା, ବାଲାଂଦେଶ କଥା ଭୁଲି ଗଲ ବୋଲି ଗମ୍ଭୀର ଟୁଇଟ କରିଛନ୍ତି।

ପୂର୍ବରୁ ଆଫ୍ରିଦି ତାଙ୍କ ଭିଡିଓରେ ମୋଦିଙ୍କୁ ସାହାସୀ ହେବା ପାଇଁ ପ୍ରୟାସ କରୁଛନ୍ତି ବୋଲି କହିଥିଲେ। କିନ୍ତୁ ସେ ଜଣେ ଭୀରୁ ବ୍ୟକ୍ତି। ଛୋଟିଆ କାଶ୍ମୀର ପାଇଁ ସେ ୭ ଲକ୍ଷ ସୈନ ମୁତୟନ କରିଛନ୍ତି। ଯେତେବେଳେକି ପାକିସ୍ତାନର ମୋଟ ସୈନ୍ୟ ସଂଖ୍ୟା ୭ ଲକ୍ଷ। କିନ୍ତୁ ଏମାନଙ୍କ ପଛରେ ୨୩ କୋଟି ସୈନ୍ୟ ଅର୍ଥାତ୍‌ ପାକିସ୍ତାନର ଜନସଂଖ୍ୟା ଛିଡା ହୋଇଛନ୍ତି ବୋଲି ମୋଦି ହୁଏତ ଜାଣିନାହାନ୍ତି ବୋଲି ଆଫ୍ରିଦି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.