ପ୍ରାଇଭେଟ ବ୍ୟାଙ୍କ ମଧ୍ୟରୁ ଦ୍ୱିତୀୟ ସବୁଠାରୁ ବଡ ବ୍ୟାଙ୍କ କରୋନା ଭାଇରସ ପାଇଁ ଚାଲୁଥିବା ଲକଡାଉନ ୪.୦ ଭିତରେ ଏକ ନୂଆ ବିଶେଷ ଫିକ୍ସଡ ଡିପୋଜିଟକୁ ନେଇ ଏକ ସ୍କିମ ଲଞ୍ଚ କରିଛି। ଏହି ସ୍କିମ ଖାସ କରି ବରିଷ୍ଠ ନାଗରିକଙ୍କ ପାଇଁ ଅଟେ। ICIC ବ୍ୟାଙ୍କ ଏହି ସ୍କିମର ନାମ ଆଇସିଆଇସିଆଇ ବ୍ୟାଙ୍କ ଗୋଲଡେନ ଇଅର ଏଫଡି ରଖାଯାଇଛି।
୧୦ ବର୍ଷ ପାଇଁ କରିପାରିବେ ଏଫଡ଼ି
ଏହି ସ୍କିମରେ ବରିଷ୍ଠ ନାଗରିକ ଅତିବେସିରେ ୧୦ ବର୍ଷ ଏବଂ ଅତିକମରେ ପାଞ୍ଚ ବର୍ଷ ପାଇଁ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ FD କରାଇପାରିବ। ଏହି ସ୍କିମରେ FD କରିବା ଦ୍ୱାରା ତାଙ୍କୁ ପ୍ରତିବର୍ଷ ୬.୫୫% ଦରରେ ସୁଧ ମିଳିବ।
ଏହି ତାରିଖରେ ଆରମ୍ଭ ହୋଇଛି ଏହି ସ୍କିମ
ବ୍ୟାଙ୍କ ଏହି ସ୍କିମରେ ୨୦ ମେ ଠାରୁ ଆରମ୍ଭ କରିଦିଆଯାଇଛି ଏବଂ ଏହି ସ୍କିମ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ପ୍ରଭାବୀ ରହିବ। ଏହାଛଡା ଯେଉଁ FDର ରିନ୍ୟୁଆଲ ହେଉଛି, ସେମାନଙ୍କୁ ମଧ୍ୟ ଏହାର ଲାଭ ମିଳିବ।
ମିଳିବ ଏହି ଫାଇଦା
ବରିଷ୍ଠ ନାଗରିକଙ୍କୁ ଏହି ଏଫଡ଼ି ସ୍କିମରେ ଯେଉଁ ଫାଇଦା ମିଳିବ ସେଥିରେ ଆକସ୍ମିକ ଆବଶ୍ୟକ ପାଇଁ ଲୋନ ଯାହା ଜମା ରାଶିର ୯୦ ପ୍ରତିଶତ ହେବ। ଏହାଛଡା ଗ୍ରାହକ ଏଫଡ଼ି ବଦଳରେ କ୍ରେଡିଟ କାର୍ଡ ମଧ୍ୟ ବନାଇ ପାରିବେ।