ଚାଳକଙ୍କୁ ଆଶ୍ବସ୍ତି: ଏବେ ବାଇକ୍‌ରେ ଯାଇପାରିବେ ଦୁଇଜଣ

ଭୁବନେଶ୍ବର : ଏବେ ବାଇକ୍‌ରେ ଦୁଇଜଣ ଯାଇପାରିବେ। ଏନେଇ କିଛି ଟ୍ବିଟ୍‌ର ଉତ୍ତର ଦେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ତାଲାବନ୍ଦ କଟକଣା‌ରେ ବାଇକ୍‌ରେ ଦୁଇଜଣଙ୍କୁ ବାରଣ କରାଯାଇଥିଲା। ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା। ଏହାକୁ ନେଇ ପ୍ରତିଦିନ ରାସ୍ତାରେ ଚେକିଂ ଯୋରଦାର ଚାଲିଥିଲା ।

କାର୍‌, ଅଟୋ ଓ ବାଇକ୍‌ ସବୁକୁ ରାସ୍ତାରେ ଯାଞ୍ଚ କରାଯାଉଥିଲା। ଅମାନିଆଙ୍କ ଉପରେ ଜରିମାନ କଟାଯାଉଥିଲା। ଯାହାଫଳରେ ଭୟରେ କେହି ବାଇକ୍‌ରେ ଦୁଇଜଣ ବସି ଯାଉନଥିଲେ। ଏବେ କମିସନରଙ୍କ ଏହି ଟ୍ବିଟ୍‌ ପରେ ବାଇକ୍‌ ଚାଳକ ଆଶ୍ବସ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.